Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Classics Inspirational

3  

Jayashree Maharana

Abstract Classics Inspirational

ବନ୍ଧୁତା

ବନ୍ଧୁତା

1 min
257


ଭାବରୁ ବନ୍ଧୁତା ବନ୍ଧନର ଡୋରି  ସମ୍ପର୍କର ଖିଅଟିଏ

ଅଜଣା ଅଚିହ୍ନା ଦୁଇଟି ମନକୁ    ନିମିଷକେ ଯୋଡିଦିଏ ।

ଭିଜାଏ ହୃଦୟ ଆପଣା ପଣରେ   ଖେଳାଇ ଉଲ୍ଲାସ ଓଠେ

ଦୁଃଖ ବେଳେ ସଦା ମହତ୍ତ୍ୱ ପ୍ରକାଶି  ଭରେ ଆଶ୍ୱାସନା ମୁଠେ ।


କ୍ଷଣିକ ଜୀବନେ ବିଶ୍ୱାସ ଭରଷା  ସାଉଁଟି ହୁଅଇ ଶକ୍ତ

ଅସରନ୍ତି ପ୍ରୀତି ମଧୁର ଆବେଗେ  ଚିର ଶାଶ୍ୱତ ପବିତ୍ର ।

ଛଳନା ସ୍ୱାର୍ଥଠୁ ଦୂରେ ଦୂରେ ଥାଏ  କାମନା ବାସନା ଶୂନ୍ୟ

ସୁଖେ ସୁଖୀ ବନ୍ଧୁ ନିରୁତା ଏ ପ୍ରେମ ନିଆରା ସମ୍ପର୍କ ଦାନ ।


ମାନ ଅଭିମାନ ହୃଦୟ ଉଚ୍ଛ୍ୱାସ  ଝରୁଥାଏ କେବେକେବେ

ଗର୍ବ ଅହଂକାର ଚିର ଶତ୍ରୁ ତା'ର  ପ୍ରମାଣିତ ଏଇ ଭବେ ।

ଅମୂଲ୍ୟ ସମ୍ପର୍କ ନିରାଶ ବିହୀନ   ରଖେନାହିଁ ରାଗରୁଷା

ପ୍ରକୃତ ବନ୍ଧୁଟିଏ ଖୋଜୁଥାଏ ମନ ବିହ୍ଵଳିତ କରେ ଆଶା ।



ପରିଭାଷା ଖୋଜେ ଜୀବନରେ ଯେତେ  ନିଆରା ସେ ଅନୁଭୂତି

ଭିନ୍ନ ଉନ୍ମାଦନା ଭରିଛି ବନ୍ଧୁତା       ଜୀବନ ପଥରେ ନିତି ।



Rate this content
Log in