Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational Children

3  

Niranjan Mishra

Inspirational Children

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
205



ଗ୍ରୀଷମ ତାପରେ ତାପିତ ଏ ଧରା

ସନ୍ତୁଳିତ ହୁଏ ପ୍ରାଣ ।

ବୃକ୍ଷକୁ ଛେଦନ କରି ଅରଜିଛେ

ହୋଇଛି ବିଶ୍ୱ ତାପନ ।୧।

କୋଟି କୋଟି ବୃକ୍ଷ ବଳି ଦେଇ ଆମେ

ଗଢି ଅଟ୍ଟାଳିକା ହର୍ମ୍ୟ ।

ନିଜର ଜୀବନ ନିଜେ ହିଁ ନେଉଛେ

ଭୁଲିଗଲେ ସବୁ ଧର୍ମ ।୨।

ଗୋଟିଏ ବୃକ୍ଷକୁ କାଟିବା ଭାବିଲେ

ଶହେଟି ବୃକ୍ଷ ପୋତିବ ।

ତେବେ ସିନା ପ୍ରକୃତିର ସଂରକ୍ଷଣ

ସୁନ୍ଦର ଭାବରେ ହେବ ।୩।

ବୃକ୍ଷକୁ ଛୋଟିଆ ନ ଭାବିବ ମନେ

ବୃକ୍ଷ ଦିଏ ଅମ୍ଳଜାନ ।

ବୃକ୍ଷକୁ ନ କାଟି ହୋଇ ଏକ ମେଳ

କରିବା ବୃକ୍ଷ ରୋପଣ ।୪।

ଜୀବନ ଧାରାରେ ବୃକ୍ଷ ଯୋଡି ହୋଇ

ରହିଛି ସଦା ଆମର ।

କାଠ ଯୋଗାଏ ସେ ଖାଦ୍ୟ ଯୋଗାଏ ସେ

କରେ ଆମ ଉପକାର ।୫।

ନିଜର ଫଳ ସେ ନିଜେ ଖାଏ ନାହିଁ

ପୋଷକ ହୁଏ ଆମର ।

ଜୀବନରେ କେବେ ଭୁଲି କି ପାରିବା

ପ୍ରତିଦାନ ବୃକ୍ଷଟିର ।୬।

ଫୁଲ ଫଳ ତାର ସୁନ୍ଦର ମଧୁର

ଔଷଧୀୟ ଗୁଣେ ଭରା ।

ଦରଶନେ ତାର ଜାଗଇ ପୁଲକ

ହେଉ ଆମେ ଆତ୍ମହରା ।୭।

ଜୀବର ସୁରକ୍ଷା ଧରମ ବୃକ୍ଷର

ସାଧୁ ତାହର ଜୀବନ ।

ପରହିତ ପାଇଁ ବୃକ୍ଷଟିଏ ସିନା

ଦିଅଇ ନିଜ ଜୀବନ ।୮।

ଆସ ବନ୍ଧୁଗଣ କରିବା ଏ ପଣ

କରିବା ବୃକ୍ଷ ରୋପଣ ।

ହସିବ ଏ ଧରା ନିଶ୍ଚେ ସୁରକ୍ଷିତ

ରହିବ ଆମର ପ୍ରାଣ ।୯।


Rate this content
Log in

Similar oriya poem from Inspirational