Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Tragedy

2  

Manoj kumar Maharana

Tragedy

ବୁଢ଼ୀ ମାଆଟିର ଜାଗର...

ବୁଢ଼ୀ ମାଆଟିର ଜାଗର...

1 min
121


ମୁଁ ବି ଜାଗର କରୁଛି

ତୁମମାନଙ୍କ ପରି,

ଗୋଟିଏ ରାତି ନୁହଁ

ବର୍ଷ ତମାମ ସବୁ ରାତିରେ

ବାର ମାସରେ ତେର ଜାଗାରେ

ହେଲେ କୌଣସି ଶୈବ ପୀଠରେ ନୁହଁ

ଫୁଟ୍ ପାଥ୍ ,ରେଳ ଷ୍ଟେସନ 

ଏମିତି ଅନେକ ସ୍ଥାନରେ

ତୁମ ପରି ଭଲ ପୋଷାକ ମାେ ନାହିଁ

ଯାହା ଟିକେ ଚିରା ଓ ବେଶି ମଇଳା

ତୁମେ ତ ମହାଦେବଙ୍କ ନାମକୁ 

ସାରା ରାତି ଜପୁଥିବ

ହଁ, ମୁଁ ବି ଜପୁଥାଏ

ମହାଦେବ ଓ ମାେ ପୁଅ,ଝିଅଙ୍କୁ

ମାେ ପାଖରେ ସେ ଅର୍ଘ୍ୟଥାଳି ନାହିଁ

ଯାହା ଖାଲି କାହାର ଅଇଁଠାର ଥାଳି

ତୁମ ପରି ମୁଁ ବି ଦୀପ ଜାଳୁଛି

ଯନ୍ତ୍ରଣାର ଦିପାଳୀରେ,

ଲୁହର ଘୃତରେ 

ଆଉ ଅତୀତର ସଳିତାରେ

ଜାଗର ରହିଲେ ଯଦି 

ମଣିଷର ଇଚ୍ଛା ପୂର୍ଣ୍ଣ ହେଉଥାନ୍ତା,

ମୁଁ କେବେଠାରୁ ମାେ ପୁଅଝିଅଙ୍କୁ ପାଇ ସାରନ୍ତିଣି

ହେ ଏକବିଂଶ ଶତାବ୍ଦୀର ମାଆ ମାନେ,

ପୁଅ,ଝିଅଙ୍କୁ ଏତିକି ଶିଖାଇବ

ତୁମେ ଯଦି ପାରୁଛ ଶିବରାତ୍ରିରେ ଜାଗର କର

କିନ୍ତୁ ମୋ ବାର୍ଦ୍ଧକ୍ୟର ଅପରାହ୍ନରେ 

ନ ଖାଇ ନ ପିଇ ନ ଶୋଇ ମୋତେ

ପ୍ରତିଦିନ ଜାଗର କରିବାକୁ ବାଧ୍ୟ କରିବନାହିଁ 


Rate this content
Log in

Similar oriya poem from Tragedy