Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Others

4  

Sanjya Tripathy

Others

ବ୍ୟବସ୍ଥା

ବ୍ୟବସ୍ଥା

1 min
380



ନୀତି, ଅନୀତି ଓ ଦୁର୍ନୀତିର ମାୟାଜାଲରେ

ବ୍ୟତିବସ୍ତ, ସଦିହାନ ମଣିଷ

ପାଶ୍ଚାତ୍ୟ ସଭ୍ୟତାର ହନୁଗଣରେ

ଧୂଳିସାତ ଆମ ସଂସ୍କୃତି, ନୀତିବେଚନା

ଧର୍ମାଧ, ମୌଳବାଦୀ ମଣିଷର ଆକ୍ରମଣରେ

କ୍ରୁଶବିଦ୍ଧ ଯୀଶୁ, ଗୁଳିମାଜର ଶିକାର

ମହାତ୍ମା, ଇଂଦିରା ଓ ରାଜୀବ ଗାନ୍ଧି

ଆତଂକବାଦର କରାଳ ଛାୟାରେ

କବଳିତ ସମଗ୍ର ପୃଥିବୀ

ଏକ ସଭ୍ୟ ସମାଜରେ ଆତଂକବାଦ

ଆଗ୍ରହଣୀୟ, ତଥାପି ଏହା ବଢ଼ାଇ ଚାଲିଛି

ତାର ଶାଖା ପ୍ରଶାଖା

୯/୧୧, ୨୬/୧୧ ଏପରି ଅନେକ ଦୃଷ୍ଟାତ

ସୀମାଂତରେ ଅନୁପ୍ରବେଶ ଜନିତ ଉତେଜନା

ବିସ୍ଫୋରକ, ଯୁଦ୍ଧ ପ୍ରାୟ ସ୍ଥିତିରେ ଭାରତ

ଦେଶର ଅରଂଡତା, ଜାତୀୟ ସଂହତି ରକ୍ଷା ପାଇଁ

ଜାଗତିଆର ସଶସ୍ତ୍ର ବାହିନୀ

ଏ ପଟେ ଲୁଟତରାଜ ଓ ଗଣଦୁଷ୍କର୍ମର

କ୍ରମ ବର୍ତମାନ ଦୃଶ୍ୟପଟରେ

ଅସହିଷ୍ଣୁତାର ନୀଳ ଜହରରେ

ବ୍ୟତିବସ୍ତ ଆରକ୍ଷୀ ବାହିନୀ

ନୀଳପୃଷ୍ଠା ପାଲଟି ସାରିଛି ସଂପୂର୍ଣ ପ୍ରାସଂଗିକ

ମାଟିର ବାସନା ପରିବର୍ତେ

ମାଂସର ଆମଂତ୍ରଣରେ ଚକ୍ରବ୍ୟୁହରେ ବଂଦୀ

କିଏ ସେ ଦେବ ଏ ଯୁବସମାଜକୁ

ନୀତିକାଂତିର ମୃଦୁମଂଦ ମଳୟ

ନାରୀକୁ ଏକ ବହୁଭୋଗ୍ୟ, ପଣ୍ୟଦ୍ରବ୍ୟ ପରିବର୍ତ୍ତେ

ପୁରୁଷସମ ସମାନ ଇଜ୍ଜତ ଓ ସମ୍ମାନ ମିଳିଲେ

ଆପେ ମିଳେଇ ଯିବ ଏ ନୀଳପୃଷ୍ଠାର ଜହର

ଜନନୀ, ଭଗିନୀ, ଜାୟା ରୂପେ

ନାରୀ ଅନାବିଳ ସ୍ନେହ ଓ ପ୍ରେମର

ତିନୋଟି ପ୍ରତୀକ

ମାଆର ମମତା, ଭଗିନୀର ସ୍ନେହ ଓ

ପତ୍ନୀର ସାହଚର୍ଯ୍ୟରେ ବିକଶିତ

ହେବ ଏକ ନୂତନ ସମାଜ

ଯାହାର ଦିଗ୍ ବାରେଣୀ ଝରିଆସିବ

ଏକ ଶୀତାର୍ତ କବିତାରେ |



Rate this content
Log in