Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Abstract Others

5.0  

Pranati Panda

Abstract Others

ଚିଲିକା

ଚିଲିକା

1 min
454



ଏସିଆ ସୁନ୍ଦରୀ ଚିଲିକା ଆମରି

    ନାହିଁ ଆଉ ଆଗ ପରି ,

ମରାଳ ମାଳିନୀ ନୀଳାମ୍ବୁ ଚିଲିକା

    ସୁନ୍ଦର ଗଲାଣି ସରି।


ନୀଳ ଜଳରାଶି ରହିଛି ଅନାଇ

    ମରାଳ ଦେଖା ନାହାନ୍ତି,

ଜଳଚର ପ୍ରାଣୀ ଉଭେଇ ଗଲେଣି

    ପକ୍ଷୀ ବି ଆଉ କାହାନ୍ତି ।


ଶିକାରୀ ମାନଙ୍କ ପାଇଁ ଆଜି ପରା

    ଚିଲିକା ଶ୍ରୀହୀନା ହାଏ ,

ମଣିଷ ମାନଙ୍କ ବଦ୍ ଅଭ୍ୟାସରୁ 

    ଚିଲିକା ହ୍ରଦ ଗନ୍ଧାଏ ।


ଚିଲିକା କୂଳରେ କୁଢ଼ କୁଢ଼ ହୋଇ 

    ଅଳିଆ ଓ ଆବର୍ଜ୍ଜନା,

ପଲିଥିନ୍ ଠାରୁ ପ୍ଲାଷ୍ଟିକ ବୋତଲ 

   ପ୍ଲେଟ୍ ହୋଇଅଛି ଜମା ।


ମାଆ କାଳିଜାଈ ପାହାଡ଼ ଉପର

    ଦୃଶ୍ୟ ଅତ୍ୟନ୍ତ ଗମ୍ଭୀର ,

ଭୋଜି ଖାଇ ସବୁ ଫିଙ୍ଗି ଫୋପାଡ଼ିକି 

     କରିଛନ୍ତି ନାରଖାର।


ସୁନ୍ଦର ପାହାଡ଼ ରାସ୍ତାର ଉପରେ 

    ମଳ ମୂତ୍ର କରିଛନ୍ତି ,

ବୃକ୍ଷ ଲତା କାଟି ବଣ ଭୋଜି କରି 

    ପାଉଁଶକୁ ଫିଙ୍ଗିଛନ୍ତି ।


ମାତାଙ୍କ ମହିମା କୂଅଟିର କଥା

    ନଲେଖିଲେ ବହୁ ଭଲ,

ଏ, ପ୍ରକୃତି ଛଡ଼ା ମଣିଷଙ୍କ ପାଇଁ

    ତାହା ଆଜି ଏକ ଖାଲ ।


ଚଢ଼େଇହଗାର ପାହାଡ଼ ଉପରେ

    ପାଣିକୁଆ ଟିଏ ନାହିଁ ,

ପାହାଡ଼ ଉପରେ ମାଫିଆଙ୍କ ପାଇଁ

    ପଥର ବି, ଆଉ ନାହିଁ ।


ଚିଲିକା ଭିତରେ ଆଗ ପରି ଆଉ

   ପାଣିରେ ଆସୁନି ଢେ଼ଉ ,

ପୋତି ହୋଇଲାଣି ଚିଲିକା ପଙ୍କରେ

   ଶୋଭା ବଢ଼ାଉନି ଆଉ।


କି 'ସୁନ୍ଦର ଥିଲା ରୂପସୀ ଚିଲିକା

   ଆଖି ଯାଉଥିଲା ଲାଖି ,

ମଟର ଡ଼ଙ୍ଗାର କର୍କଶ ଶବ୍ଦରେ

    ନୀଳ ଜଳ ଅଛି ସାକ୍ଷୀ।

 

ମାଆ କାଳିଜାଈ ତୋ'ପୀଠ ସ୍ଥଳୀ କୁ 

   କୋଟିକୋଟି ଦଣ୍ଡବତ ,

ସଦ୍ ବୁଦ୍ଧି ଦେ, ମା' ମୁଢ଼ ମଣିଷଙ୍କୁ 

    ଚିଲିକା ରହୁ ଅକ୍ଷତ । 


Rate this content
Log in

Similar oriya poem from Abstract