Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Abstract

4.5  

Baman Chandra Dixit

Abstract

ଢଗରୁ ଗୀତ(୧)

ଢଗରୁ ଗୀତ(୧)

1 min
11


ଅଳପ ଧନ କୁ ବିକଳ ମନ ଲୋ

ଛନଛନ ହୁଏ ଖାଲି

ମନ ଊଣା କରି ବସିଛି ବାଇଆ

ଆକଟ କରୁଛି ବୋଲି।।


ଆଙ୍ଗୁଳି ଏମିତି ଦେଖେଇବୁ ଯଦି 

ବାହା ଗିଳିଯିବ ଦିନେ

କହୁଣୀ ଛୁଇଁବା ଆଗୁ ନେଡ଼ି ଗୁଡ଼

ଉପଚାର ପାଞ୍ଚ ମନେ।।


ଇତର ଜନର ଅମୃତ ବଚନ 

ବିଷପାତ୍ର ପୟ-ମୁଖ

ମହତ ମୁଖର କଟୁ କଥା ଆଣେ

ଅନ୍ତକୁ ପରମ ସୁଖ।।


ଏକରୁ ଦୁଇ ଭଲ ବୋଲି କହି

ଥକିଲି ମାନିଲୁ ନାହିଁ

ଏକା ଅଭିମନ୍ୟୁ ସପ୍ତରଥୀ ସଙ୍ଗେ

ଯୁଝିଲେ ଜିତିବ କାହିଁ ?


ଓଳିଆରୁ ଗଜା ଲାଗୁଥାଏ ମଜା

ହେଲେ ହେତୁ କରି ରଖ

ଅଭ୍ୟାସରୁ ପ୍ରାପ୍ତି ହୁଏ ଯେଉଁ ଖ୍ୟାତି

ଚିତ୍ରସ୍ଥାୟୀ ତାର ସୁଖ।।


ଔଷଧି ରାଗରେ ତାଟିଆ କାମୁଡ଼ି

ରଡ଼ିଲେ କି ହେବ ଭାଇ

ଅଉଷଧି ବିନା କେବେ କି ଭାଇନା

ବେମାର ଯାଇଛି କାହିଁ ?


କପୂର ତ ଉଡ଼ିଗଲାଣି ତଥାପି

କନା ଏବେବି ପଡ଼ିଛି

ସୁଗୁଣ ସୁଗନ୍ଧ ସୁବୁଦ୍ଧି ସଙ୍ଗତି

କିରତି ବାନା ଉଡୁଛି।।



Rate this content
Log in

Similar oriya poem from Abstract