Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Others

3  

Jharana Rout

Others

ଧରା ଜଳିଯିବା ପରେ

ଧରା ଜଳିଯିବା ପରେ

1 min
5



    ଅସହ୍ୟ ଖରାତ ସହ୍ୟ ହେଉନାହିଁ

      ସତେକି ନର୍କଭୂମି

    କଷ୍ଟ ଯନ୍ତ୍ରଣାତ ଭୋଗୁଛନ୍ତି ପ୍ରାଣୀ

      ସତେକି ମରୁଭୂମି ।


   

    ନିଜ ପାଇଁ ଏଠିନିଜେ ଗାତ ଖୋଳୁ

     ପ୍ରକୃତିର କି ଅବା ଦୋଷ

   ଜାଳି ପୋଡି ସବୁ ଅଙ୍ଗାର ହେଉଛି

       ସବୁଠି ଲାଗୁଛି ବିଷ ‌।


     ଶୂନ ଶାନ ଏଠି ସବୁଠି ଲାଗୁଛି

       ଝରୁଛି କି ଅଗ୍ନି ବର୍ଷା

      ପ୍ରାଣୀ ମାନେ ଏଠି ଡହଳ ବିକଳ 

        କିଏସେ କରିବ ରକ୍ଷା ।


      ବେଳ ଥାଉ ଥାଉ ସାବଧାନ ହେବା

        ପ୍ରକୃତିର ଯତ୍ନ ନେବା

       ପ୍ରକୃତି ହସିଲେ ଆମେ ବି ହସିବା

         ଏ କଥାକୁ ଧ୍ୟାନ ଦେବା ।


    


Rate this content
Log in