ଏଲିଅନ୍
ଏଲିଅନ୍
1 min
282
ମୁଁ ପୃଥିବୀ ମୂଲକ ମଣିଷ
ତୁମେ ଅଜଣା ରାଇଜ ବାସୀ
ରୂପର ତୁଳନା କରିବସୁଥିଲେ
ତୁମେ ତଳେ ଥାଅ ବସି।।
ଏଲିଏନ୍ କିଏ କହଇ ତୁମକୁ
ଦାବି କରେ ଏଠି ଅଛ
ହେଇପାର ତୁମେ ମଣିଷ ନହୋଇ
ସୁକ୍ଷ୍ମ ରୁପେ ଦେଖୁଅଛ।।
ତୀକ୍ଷ୍ଣ ବାଇଗଣୀ ରଶ୍ମୀ ପରାଏ
ବିଛୁରିତ ଆଭାପଣେ
ବର୍ଣ୍ଣନା କିଏ କରଇ ତୁମର
ଉଚ୍ଚ କୌଶଳ ଞାନେ।।
ମଙ୍ଗଳ ଗ୍ରହ ର କିବା ଅନ୍ୟ ଗ୍ରହ
ତୁମରି ଦିଅ ଠିକଣା
ଏଯାଏ ଅଜଣା ଚେଷ୍ଟିତ ମାନବ
ହେଉଅଛି ବାଟବଣା।।