Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dinesh Meher

Children Stories Classics Inspirational

5  

Dinesh Meher

Children Stories Classics Inspirational

ଗାଁ ରେ ଶୀତ ସନ୍ଧ୍ୟା

ଗାଁ ରେ ଶୀତ ସନ୍ଧ୍ୟା

1 min
441



ହେଇତ,

ସହଁରା ଘରୁ 

କଞ୍ଚା ପୁଆଳ ର ଧୂଆଁ ଟା 

କୁହୁଳି କୁହୁଳି ଆସି

ଗାଁ ଟା ଯାକ ଖେଳି ଗଲାଣି l


ସହଁରେଇ ବୁଢ଼ୀ ଟା ପରା

ଏବେ ରୁ ନିଆଁ ଜାଳି

ନିଆଁ ପୋଉଛି

ଚାରିପଟେ ତା'ର ନାତି ନାତୁଣୀ

ମଉଜ ରେ ନିଆଁ ସହ

ଖେଳ ଖେଳୁଛନ୍ତି

ବୁଢ଼ୀ ଟା ସିନା ଗାଳି କରି ଚାଲିଛି

ହେଲେ ଶୁଣୁଚି କିଏ?


ତଳସାହି ର ଶୁକ୍ରୁ ମାଳି 

ନଈ ସେପାରି କଚାର କୁ

ବାଇଗଣ ବାଡି ଜଗିବାକୁ ବାହାରିଛି।

ଗୋଟେ ହାତରେ ନିଆଁ ଲଦା ଧରି

ଆର ହାତରେ ଫିକା

ଡସେଇ ଡସେଇ ଚାଲିଛି।


ସେଆଡକୁ

ବେଳ ନ ବୁଡୁଣୁ

କୋଲିଆ ଗୁଡ଼ା

ହୁକେ ହୁ ହୁକେ ହୁ କରି

ବୋବେଇ ଚାଲିଛନ୍ତି l


ଗାଁଟା ଯାକ ତ

ବଡ଼ ଚଳ ଚଞ୍ଚଳ

ସମସ୍ତେ ବ୍ୟସ୍ତ

କିଏ କିଏ ହଳ ଲଗେଇ 

ଧାନ ମଡେଇବାରେ ବ୍ୟସ୍ତ

କିଏ ପୁଣି ବର୍ଷକ ସାଇତି ରଖିବା ଲାଗି 

ପୁରା ବାନ୍ଧିବା ରେ ରତ।


ଏସବୁ ଦେଖି

ଶୀତ ନିଜେ

ମନେମନେ ଭାବୁଛି

ଏ ଚଷା ପୁଅଙ୍କୁ ଜମା ପାରିହେବନି

ଏମାନଙ୍କ କଲିଜା ସତରେ

ଖୁବ୍ ଟାଣ ।




Rate this content
Log in