Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

4  

Sarojini Mishra

Classics

ଗ୍ରୀଷମ ପ୍ରବେଶ ଖରା ତାତିରେ, ଅକ୍ଷୟ ତୃତୀୟା ଅନୁକୂଳରେ

ଗ୍ରୀଷମ ପ୍ରବେଶ ଖରା ତାତିରେ, ଅକ୍ଷୟ ତୃତୀୟା ଅନୁକୂଳରେ

2 mins
11



ଆମ ଉତ୍କଳର ଜୀବନ ଜୀବିକା

କୃଷି ଭିତ୍ତିରେ ସ୍ଥାପିତ

ଅକ୍ଷୟ ତୃତୀୟା ପରବଟି ପରା 

ଆମ ସଂସ୍କୃତିର ସ୍ରୋତ |


ବୈଶାଖ ମାସଟି ପ୍ରଥମ ମାସ ଯେ

ଅକ୍ଷୟ ତୃତୀୟା ପ୍ରଥମ ପର୍ବ

ବୈଶାଖ ମାସର ଶୁକ୍ଳ ତୃତୀୟା ଯେ

ଏ କଥା ଜାଣନ୍ତି ସର୍ବ ।


ଅନୁକୂଳ ପର୍ବ ନାମେ ଖ୍ୟାତ ପରା

ଏହି ଅକ୍ଷୟ ତୃତୀୟା

କୃଷକର ହୁଏ ଅକ୍ଷି ଅନୁକୂଳ

ଉପଜା ପାଇଁ କି ପୂଜା ।


ଜମିରେ ପ୍ରଥମ ଅକ୍ଷି ଅନୁକୂଳ

ସକାରାତ୍ମ ଭାବ ନେଇ

କୃଷି ର ଅକ୍ଷୟ କାମନା କରଇ

ବନ୍ଦାପନା କରିଥାଇ ।


ରଥଯାତ୍ରା ପାଇଁ ଜଗନ୍ନାଥ ଙ୍କର

ରଥ ଅନୁକୂଳ ହୁଏ

ଚନ୍ଦନ ଯାତରା ଅନୁକୂଳ ହୁଏ

ଜଗାର ତାପକୁ ନାଶେ ।


ଏହିଦିନ ପର୍ଶୁରାମଙ୍କର ଜନ୍ମ

ଗଙ୍ଗାମାତାଙ୍କ ଆଗମ

କୃଷ୍ଣ ସୁଦାମାଙ୍କ ମିଳନେ ସୁଦାମା

ହୁଅନ୍ତି ସୌଭାଗ୍ୟ ବାନ ।


ଏହି ଦିନ ଧନ ଦେବତା ହୋଇଲେ

ଲକ୍ଷ୍ମୀ ମାତା ପୂଜା କରି

ଏହି ତିଥିରେ ଯେ ସତ୍ୟଯୁଗ ଆସେ 

ଏ ଦିନ ସଂସ୍କୃତି ଡୋରି |


ଏହି ଦିନ କୃଷ୍ଣ ଦୌପଦୀଙ୍କୁ ଦ୍ୟନ୍ତି

ଅସରନ୍ତି ଅନ୍ନ ପାତ୍ର

ଅକ୍ଷୟ ପାତ୍ର ଯେ ଯୁଧିଷ୍ଠିରେ ପ୍ରାପ୍ତ

ଏ ଆମ ପୁରାଣ ଶାସ୍ତ୍ର ।


ଅକ୍ଷୟ ତୃତୀୟା ତିଥି ଆଣି ଦିଏ

ବଳଦେବଙ୍କ ବିବାହ

ରେବତୀଙ୍କ ସଙ୍ଗେ ଦାମ୍ପତ୍ୟ ଜୀବନ

ହୋଇଥିଲା ଯେ ନିର୍ବାହ ।


 ମହାଭାରତର ଯୁଦ୍ଧର ସମାପ୍ତି

ଏ ତିଥିରେ ହୋଇ ଥିଲା

ଧର୍ମ ପ୍ରତିଷ୍ଠାର ଶୁଭ ଶଂଖ ପରା

ଏଇ ଦିନ ବାଜିଥିଲା ।


ଅକ୍ଷୟ କୁମାର ଏ ଦିନରେ ଜନ୍ମ

ଜନକଙ୍କୁ ମିଳେ ସୂତା

ଜନକ ନନ୍ଦିନୀ ଆବିର୍ଭୁତା ହୋଇ

ବାଣ୍ଟି ଥାନ୍ତି ଯେ ସମତା |


ବଦ୍ରି ନାରାୟଣ ଦର୍ଶନ ସୌଭାଗ୍ୟ

ଏହି ଦିନ ମିଳିଥାଏ

ଏଇ ପୂଣ୍ୟ ତିଥି ଆମ ସଂସ୍କୃତିର

ଧରୋହର ଦିନ ଟିଏ |


ଏ ପୁଣ୍ୟ ତିଥିରେ ମହାଭାରତ ର

ରଚୟିତା ବ୍ୟାସ ଦେବ

ଲେଖନୀ ଚାଳନା ଆରମ୍ଭ କରିଲେ

ସଙ୍ଗେ ଶ୍ରୀ ଗଣେଶ ସେବ୍ୟ |


ଏହି ଦିନ କବି ଜୟଦେବଙ୍କ ର

କେନ୍ଦୁ ବିଲ୍ୱ ଗ୍ରାମେ ଜନ୍ମ

ଗୀତ ଗୋବିନ୍ଦର ଛନ୍ଦ ଲାଳିତ୍ୟରେ

ଜିଣିଲେ ପ୍ରଭୁଙ୍କ ମନ ।


ରଥ ଅନୁକୂଳ, ନୀତି ଅନୁକୂଳ 

ଅନୁକୂଳ ଚ଼ାପ ଖେଳ

ବିବାହ, ବ୍ରତ ଓ ସର୍ବ ଶୁଭ କାର୍ଯ୍ୟ

ଏ ଦିନରେ ଅନୁକୂଳ |


ଅନ୍ନପୂର୍ଣ୍ଣା ଙ୍କର ପ୍ରକଟର ଦିନ

ସବୁ ଅନୁକୂଳ ସିଦ୍ଧ

ଆମ ସଂସ୍କୃତିର ପ୍ରାଣକେନ୍ଦ୍ର ପରା

ବାର୍ତ୍ତା ରେ କରେ ଉଦ୍‌ବୁଦ୍ଧ ।


ଅକ୍ଷୟ ତୃତୀୟା ଅକ୍ଷୟ ମଣ୍ଡିତ

ଜଗନ୍ନାଥ ଙ୍କ ପୀଠରେ

କୃଷକ ମନର ଅକ୍ଷୟ ଚିନ୍ତନ

ଉକୁଟୁ ତାର କ୍ଷେତରେ ।


ଏ ଦିନ ଯେଉଁ କର୍ମ କରାଯାଏ

ଅକ୍ଷୟ ତା ହୋଇଥାଏ

ସର୍ବ ଅନୁକୂଳେ ରୁଦ୍ଧି ମନ୍ତ କଥା

ଅକ୍ଷୟ ତୃତୀୟା କହେ ।


ଗ୍ରୀଷମ ପ୍ରବେଶ ଖରା ତାତି ସଙ୍ଗେ

ଅନୁକୂଳ ପର୍ବ ନେଇ

ଅକ୍ଷୟ ତୃତୀୟା ସଂସ୍କୃତି ସ୍ରୋତର

ଅକ୍ଷୟ ବାର୍ତ୍ତା ଦିଅଇ ।।


Rate this content
Log in

Similar oriya poem from Classics