Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଗୁଣ ନ ଥିଲେ ମୂଲ୍ୟ ହୀନ

ଗୁଣ ନ ଥିଲେ ମୂଲ୍ୟ ହୀନ

1 min
284


ଲିମ୍ବ ଗଛ ଥାଇ ମଳୟ ନ ଥାଏ

ଦାରୁ ମୂର୍ତ୍ତି ଥାଇ ବ୍ରହ୍ମ ତ ନ ଥାଏ

ପୂର୍ଣ୍ଣ ବ୍ରହ୍ମ ହୋଇ ଯଦି ଶୋଇଯାଏ

କହରେ କାଳିଆ କି ଲାଭ ଯୋଗାଏ ।


ସୂର୍ଯ୍ୟ ଥାଇ ଯଦି ଆଲୋକ ନ ଥାଏ

ଚନ୍ଦ୍ର ଥାଇ ଯଦି ଜୋଛନା ନ ଥାଏ

ନ ଥାଏ ଟି ଯଦି ଫୁଲର ବାସନା

ଫୁଟିଲେ ସେ ଫୁଲ ନ ପୁରେ କାମନା ।


ନିଆଁ ଥାଇ ଯଦି ନ ଥାଏ ଉଷ୍ମତା

ମେଘ ଥାଇ ଯଦି ନ ଥାଏ ବରଷା

ଜଳ ଥାଇ ଯଦି ନାହିଁ ମଧୁରତା

ବହିବା ପବନେ ନାହିଁ ଶୀତଳତା ।


ଜୀବ ଥାଇ ଯଦି ଚରିତ୍ର ନ ଥାଏ

ଧନ ଥାଇ ଯଦି ଦାନ ନ ଯୋଗାଏ

ନ ଥାଏ ଟି ଯଦି ମୁଖେ ମିଠା କଥା

ସେ ହୁଏ ସମାଜେ ପର ପାଇଁ ବ୍ୟଥା ।


Rate this content
Log in