Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଆମ ଗାଆଁ ହୋଲି

ଆମ ଗାଆଁ ହୋଲି

1 min
5



ଆମ ଗାଆଁ ହୋଲି ଭାରି ଚୁଲୁବୁଲି

ବରଷକେ ଥରେ ଆସିଛିରେ ବୁଲି

ପ୍ରେମର ପସରା  ଦେଉଛି ଇସାରା

ସ୍ନେହ ମମତାର  ନୂଆ ଭାଇଚାରା

ସାଙ୍ଗ ସାଥି ଆସ ଖେଳିବା ହୋଲି

ସବୁ ରାଗ ହିଂସା  ପଛକୁ ଠେଲି ।


ପହିଲି ଚଇତେ   ବହେ ଚଇତାଳି

ସୁଲୁ ସୁଲୁ ବାଆ  ହାତେ ପିଚକାରି

ରାମା ଦାମା ଶାମା  ମାଧିଆ ନବିନା

ଗୀତା ସୀତା ରମା ବନିତା ବେବିନା

ହୋଇଲେଣି ଗାଆଁ ମୁଣ୍ଡରେ ମେଳି

କେତେ ରକମର  ରଙ୍ଗକୁ ଗୋଳି ।


ରଙ୍ଗ ନୁହେଁ ସେତ ମମତାର ଡୋରି

ଶାଶ୍ଵତ ପ୍ରେମର    ବନ୍ଧନ ଶିକୁଳି

ପବିତ୍ରତା ନେଇ  ଭିଜିବା ରଙ୍ଗରେ

ଭୁଲିବାନି କେହି  କାହାକୁ ଅନ୍ତରେ

ମନେ ନୂତନତା ଭରଇ ହୋଲି

ଉତ୍କଳ ସଂସ୍କୃତି  ଯିବାନି ଭୁଲି ।


Rate this content
Log in

Similar oriya poem from Inspirational