Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.

Romance

3  

Priyadarsini Das.

Romance

ହିଲ୍ ଷ୍ଟେସନ୍

ହିଲ୍ ଷ୍ଟେସନ୍

1 min
196


ଭାରି ଭଲ ମୋତେ ସେ ପାହାଡି ଇଲାକା ,

ଯେଉଁଠି ଛୁଇଁ ଯାଏ ବାଦଲ ଭୂଇଁକୁ ......।


ମନେହୁଏ ମୁଁ ଧରିଛି ହାତ ମୁଠାରେ ବାଦଲକୁ .....,


ଚାରି ପାଖେ ବାଦଲର ସେ ଧୁଆଁଳିଆ ଛୁଆଁ ବେଶ୍ ମନୋହର .....।


ଇଚ୍ଛା ହୁଏ ରହିବାକୁ ଏକା ,

କେବଳ ସାଥିଟେ ସହ .......।


ଦୁଇ ହାତକୁ ପ୍ରସାରି ,

ଜୋରରେ ଚିତ୍କାର କରି 

ଶୁଣିବାକୁ ଭଲ ଲାଗେ ପ୍ରତିଧ୍ଵନିକୁ .....।


ସମତଳଠୁ ବେଶ୍ ଉଚ୍ଚରେ ,

ଆକାଶର ନୀଚ୍ଚରେ ,

ପବନର ସୁଁ ସୁଉଁ ଶବ୍ଦରେ ,

ହୃଦୟକୁ ମିଳେ ଅପାର ଆନନ୍ଦ .....।


ସେଇ ପାହାଡ଼ ଇଲାକାରେ 

ସାଥିର କାନ୍ଧରେ ମୁଣ୍ଡ ରଖି ,

ହାତ ଉପରେ ହାତ ଥାପି ,

ବିତେଇ ଥିବା ସେ ମୁହୂର୍ତ୍ତ ଏବେ ବି ମନେ ପଡେ ......।



ପୁଣି ଥରେ ଇଚ୍ଛା ହୁଏ 

ମାଡ଼ି ଯିବାକୁ ମୋ ପସନ୍ଦର ହିଲ୍ ଷ୍ଟେସନ ଆଡେ ....,


ପୁଣି ମନ ହୁଏ ହଜି ଯିବାକୁ ,

ସେ ଧୁଆଁଳିଆ ଦେଶରେ ....,


ପୁଣି ଇଚ୍ଛା ହୁଏ .....,


ହାତ ମେଲେଇ ଛିଡ଼ା ହେବାକୁ ....,


ସେଇ ହିଲ୍ ଷ୍ଟେସନର ବାଦଲ ଭିତରେ ......।



Rate this content
Log in

Similar oriya poem from Romance