Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ହୃଦୟ କାନ୍ଦୁଛି

ହୃଦୟ କାନ୍ଦୁଛି

1 min
226



ହୃଦୟ କାନ୍ଦୁଛି  ବଡଦାଣ୍ଡେ ଦେଖି

     ରଥରେ ନାହାଁନ୍ତି ମାଆ.

ରୂପ ରାଇଜର  ରାଜକୁମାର ତୁ

     ରଥେ ଆସୁ ଏକୁଟିଆ.

ତତେ ଡାକିଛି ମାଉସୀମାଆ. l


ଜଗତ ଜନନୀ  ଅଟେ ତୋ ଘରଣି

   ଦୁଆର କିଳିଲେ ରୋଷେ

ଭାଇ ଭଉଣୀଙ୍କୁ  ସଙ୍ଗରେ ଧରି ତୁ

   ଭକତି ବାଣ୍ଟିବା ଆଶେ.

ରଥରେ ବସିଛୁ , ମୁରୁକି ହସୁଛୁ

ମାଆ ମାଉସୀର ପରଶା ଝୁରୁଛୁ

    କି ଦୋଷ କରିଲେ ମାଆ. l


ଭକତେ କାନ୍ଦନ୍ତି  ତୋ ରଥ ଭିଡନ୍ତି

   ମାଆକୁ ଝୁରନ୍ତି ମନେ.

ନଅ ଦିନ ଏକା  କେମିତି ରହିବେ

   ରୋଷେ ରହିବେ ମଉନେ.

ଅଦଭୂତ ମାୟା ସଂସାରେ ତୋହର

ତୋର ମାୟା ସିନା ତୋତେ ଅଗୋଚର.

   ଜଗତେ କରୁ କିମିଆଁ. l



Rate this content
Log in