Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Fantasy

4  

Binodini Dash

Fantasy

ଈଶ୍ବରଙ୍କ ବରଦାନ

ଈଶ୍ବରଙ୍କ ବରଦାନ

2 mins
5



ଜୀବନ ମୁକ୍ତିର ମାଧ୍ୟମ ମାତର

ଜଡ଼ ଦେହେ ଦିବ୍ୟଜ୍ଞାନ

ତାହାକୁ ମଣିବା ଉଚିତ ନୁହେଁ କି

ଈଶ୍ବରଙ୍କ ବରଦାନ ?


ପ୍ରଜ୍ଞା ବଳେ କେହି ଯୋଗୀଟିଏ ହୋଇ

ଭଗବାନେ ରଖି ଧ୍ୟାନ

କରି ଗଲେ କର୍ମ ମାନି ନିଜ ଧର୍ମ

ସଫଳତା ରୂପାୟନ ।


ଶ୍ରେଷ୍ଠ ଧର୍ମଗ୍ରନ୍ଥ ଗୀତାରେ ବର୍ଣ୍ଣିତ

ନାନା ଯୋଗଜ୍ଞାନ ବାର୍ତ୍ତା 

ଚିତ୍ତ ଶୁଦ୍ଧି ପାଇଁ ଏକାନ୍ତ ମାଧ୍ୟମ

ଚେତନଠି ସାମର୍ଥ୍ୟତା ।


ମାନବ ଦେହରେ ଦିବ୍ୟଜ୍ଞାନ ଦେଖି

ତୋଷ ହୋନ୍ତି ଭଗବାନ

ଏକଥା ଆମକୁ ଶିଖାଇଛି ପରା

ଆମ ଭାଗବତ ଜ୍ଞାନ ।


ଅହଂକାର, ଈର୍ଷା, ରାଗ, ଦ୍ବେଷ, ହିଂସା

ଦେହୀଟିକୁ ଶୋଭା ନୁହେଁ

ଚେତନ ହୋଇକି ଚେତା ନଜଗାଇ

ଜନ୍ମ କି ସାର୍ଥକ ହୁଏ ?


ଈଶ୍ବରମୟ ଏ ଜଗତ ଯେ ଦେଖେ

ଆପେ ପାଏ ମୁକ୍ତିପଥ

ପ୍ରତିଟି କର୍ମରେ ଥାଆନ୍ତି ସାଥିରେ 

ମହାପ୍ରଭୁ ଜଗନ୍ନାଥ ।


ଆପଣା ସ୍ବାର୍ଥକୁ ନୁହେଁ ଏ ଶରୀର

ଜଗତ ହିତେ ନିର୍ମାଣ

ଏକଥା ବୁଝଇ ଯେଉଁ ମହାଜନ

ସିଏ ଲଭେ ପରିତ୍ରାଣ ।


ଶ୍ରଦ୍ଧା, ପ୍ରେମ, ଭକ୍ତି କର୍ମର ହିଁ ଶକ୍ତି

ଲୟ ରଖି ଗୁଣଗ୍ରାହୀ

ବାଛି କର୍ମପଥ କର୍ମେ ରହି ରତ

ଶେଷେ ପ୍ରାପ୍ତ ଭାବଗ୍ରାହୀ ।



Rate this content
Log in

Similar oriya poem from Fantasy