ଜହ୍ନ ମାମୁଁ
ଜହ୍ନ ମାମୁଁ
ମା' ଡାକୁଛନ୍ତି ଆ' ଜହ୍ନ ମାମୁଁ
ସରଗୁ ପଡକି ଖସି ।
ଲକ୍ଷ୍ମୀ"ମା"ଙ୍କର ଭାଇ ତୁମେ ପରା
ସୁନ୍ଦର ସରଗ ଶଶି ।
ଆକାଶ ବକ୍ଷରେ ଶୋଭା ପାଉଥାଅ
ପୁନେଇଁ ଆକାଶ ଚାନ୍ଦ ।
ଅମାବାସ୍ଯା ହେଲେ ଅନ୍ଧାର ଦିଶଇ
ଆଖିଥାଇ ସବୁ ଅନ୍ଧ ।
ଦେବତା, ରାକ୍ଷସ ,ସମୁଦ୍ର ମନ୍ଥନୁ
ଜନ୍ମନେଲ ସାଗରରୁ ।
ମାତା ଅଭିଶାପେ ପକ୍ଷେ ବଢି ପକ୍ଷେ
ଛିଡିଲ ନିଜ କର୍ମରୁ ।
ନିଜର କିରଣ ନିଜର ବଡିମା ।
ନାହିଁ ତୁମ ପାଶେ କିଛି ।
ସୂର୍ଯ୍ଯଙ୍କ ଆଲୋକେ ଆଲକିତ ହୁଅ
ପକ୍ଷେ ଆସ ପକ୍ଷେ ଲୁଚି ।
ସୁନ୍ଦର ସୁଶିଳ ଶରୀରରେ ଛାୟା
ଚନ୍ଦ୍ର କଳଙ୍କ ବୋଲାଇ ।
ସେ କଳଙ୍କ ଛାଇ ପକ୍ଷେ ଲୁଚିଯାଏ
ପକ୍ଷେ ପୁଣି ଦିଶୁ ଥାଇ ।
ବିଜ୍ଞାନ କହଇ କଳଙ୍କ ଏ ନୁହେଁ
ପାହାଡ ,ପର୍ବତ, ଖାଲ, ।
ଚନ୍ଦ୍ରରେ ମଣିଷ ଜାଗା କିଣିଲେଣି
କେ ଜାଣିଛି ତାର ମୂଲ୍ଯ।
ଚନ୍ଦ୍ରପୁଷ୍ଠେ ଲୋକ ବାସ କରିଲେଣି
ସବୁ ସମ୍ଭବ ହେଉଛି ।
ଦେବତା ବୋଲିଣ ବିଜ୍ଞାନ ଆମକୁ
ଅନ୍ଧ ବିଶ୍ବାସ କହୁଛି ।
ତଥାପି ମଣିଷ ଦେବତା ବୋଲିଣ
ପୂଜୁ ଥାଏ ନିତି ପ୍ରତି ।
ଚନ୍ଦ୍ର ,ସୂର୍ଯ୍ଯ ବିନା ସୃଷ୍ଟି ଅସମ୍ଭବ
ପୃଥିବି ରହିଛି ବଞ୍ଚି ।