ଜୀବନ
ଜୀବନ
ଜୀବନ ମୁଠାଏ ରାତିର ଅନ୍ଧାର
କେବେ ଆଲୁଅର ଛାଇ,
ଯେମିତି ଯୌବନେ ପ୍ରଣୟୀ ପ୍ରିୟାର
ଅଧା ପଢା ଗପ ବହି ।
ଜୀବନ ତ କେବେ ଶାନ୍ତ ସକାଳର
ମନ୍ଦିର ବେଢାର ଛବି ,
ଆଉ କେତେ ବେଳେ ପଶ୍ଚିମ ଆକାଶେ
ଅସ୍ତ ଯାଉଥିବା ରବି ।
ଜୀବନଟା କେବେ କ୍ଳାନ୍ତ ପାହାନ୍ତିର
ଅଳସୀ ଜହ୍ନର ହାଇ ।
ଜୀବନ ମୁଠାଏ...........................
ଜୀବନ ମୁଠାଏ ରାତି ଅଗଣାରେ
ଫୁଟି ଥିବା କୁଆଁ ତାରା ,
ଆଉ କେତେବେଳେ ସାଗର ବେଳାରେ
ଝୁଣ୍ଟି ପଡୁଥିବା ଖରା ।
ନିଇତି ଜୀବନ ସମୟ ସୁଅରେ
ଜିଇଁ ମରୁଥିବା ନଈ ।
ଜୀବନ ମୁଠାଏ .......................
ତପନ କୁମାର ସ୍ୱାଇଁ
ଅଇବିଲି,ତିର୍ତ୍ତୋଲ,ଜଗତସିଂହପୁର,
ମୋ-୯୪୩୭୫୯୬୭୫୧