**ନବ ଉଦ୍ଗମ**
**ନବ ଉଦ୍ଗମ**
ବିସ୍ତାରିତ କାୟା' ଘେନି ପାଦପ,
ପୁଞ୍ଜେ ପୁଞ୍ଜେ ଥାଏ' ସ୍ଵଳ୍ପ ପଲ୍ଲବ,
ଶୈଳଜ ପଲ୍ଲବ ' ଚ୍ଛିନ୍ନ ହୁଅଇ,
ଶରୀରୁ କ୍ଷଣକେ' ନିମ୍ନେ ଲୋଟଇ,
ନିୟତି ନିୟମ,
ପୁରୁଣା ର ଗତେ ନବ ଉଦ୍ଗମ ।
ଅଭିନବ ସେହି 'କରେ ସଞ୍ଚାର,
ନୂତନ କିଶଳ' ହୁଅଇ ଭର,
ପୁରୁଣା ଲୋଟିଛି' ଭୂମି ଉପର,
ଅପରିହାର୍ଯ୍ୟ ସେ' ନୁହଁ ପତର,
ସମୟ ର ଦାସ,
ସର୍ବେ ଏହି ଠାରେ ନିୟତି ବସ ।
ସବୁଜିମା ସିନା' ବଦଳେ ତାର,
ରଙ୍ଗ ଧୀରେ ପଡେ' ହଳଦି ଭର,
ପଲ୍ଲବ ର ପୃଷ୍ଠା ' ସ୍ଵର୍ଣ୍ଣିମ ରଙ୍ଗ,
ଯୁବ ଥିଲା ସମେ' ସବୁଜ ରଙ୍ଗ,
ପରିସ୍ଥିତି ମୁଖେ,
ରଙ୍ଗ ଯେ ଅଦଳ ବଦଳ ସୁଖେ ।
ସ୍ଥାଣୁ ଶାଖା ଘେନେ' ନବ ଉଲ୍ଲାସ,
ପୁନଃ ପତ୍ରେ ହୁଏ' ପୁର୍ଣ୍ଣ ସନ୍ତୋଷ,
ପୁନଃ ପ୍ରସ୍ଫୁଟିତ 'ରଙ୍ଗ କୁସୁମ,
ଗନ୍ଧବାହ ସଙ୍ଗେ' ସେ ଛମ ଛମ,
ଅପୂର୍ବ ସୌନ୍ଦର୍ଯ୍ୟ,
ଦେହେ ଲୋଟି ଅଛି, ରୂପ ଗାମ୍ଭୀର୍ଯ୍ୟ ।
ସବୁଜ ସାଙ୍ଗରେ' ଲୋହିତ ସୁମ,
ବାସ ଚହଟାଏ' ନବ କୁସୁମ,
ଷଟପଦ ହୋଇ ' ଚକ୍ର ଆକାର,
ମଧୁ ସଞ୍ଚୟ ରେ 'ଭାବ ବିଭୋର
ନା ନା ଦ୍ଵିଜ ଯେତେ,
ଗୁଣୁଗୁଣୁ ସ୍ଵନେ' ଗାନ ସଙ୍ଗତେ ।
କୋକିଳ ର ଗାନେ' କୁହୁ ର ତାନେ,
ମଧୁର ମୂର୍ଚ୍ଛାନା ' ମଧୁର ଗାନେ,
ଘଞ୍ଚ କାନନ ରେ ' ସ୍ୱର କଣ୍ଠିକା,
ପଲ୍ଲବ ର କୋଣେ' ଥାଏ ଗାୟିକା,
ଅତିବ ସୁନ୍ଦର୍,
ପ୍ରାକୃତି ସଞ୍ଚିତ' ଏ ଉପହାର ।
ମକରନ୍ଦ ପାନ' କରିବା ପାଇଁ,
ପ୍ରଜାପତି ନା ନା' ରଙ୍ଗ ବିଛାଇ,
ପ୍ଂକ୍ଷେ ନାଲି ନୀଳ ' ରଙ୍ଗ କୁ ସିଞ୍ଚି,
ଅନନ୍ୟ ରୂପ କୁ ' ପ୍ରଦର୍ଶେ ନାଚି,
ନୂତନତା ରୂପ,
ନୃତ୍ୟ ସଙ୍ଗୀତ ର' ସେ ଅପରୂପ ।