Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Abstract Action Inspirational

4.5  

Amit Bal

Abstract Action Inspirational

ଜୀବନ

ଜୀବନ

1 min
320


ଜୀବନ ଅବରୁଦ୍ଧ ଅନ୍ଧାର ଭିତରେ ଆଲୋକର ସନ୍ଧାନ

ଅଣନିଃଶ୍ବାସୀ ହୋଇ ପଡ଼ୁଥିବା ବେଳେ ମୁକୁଳା ପବନ

ନିସ୍ତରଙ୍ଗ ନିଃସଙ୍ଗତା ମଧ୍ୟେ, ବିରଳ ମୁହୂର୍ତ୍ତର ମାୟା

ସୂର୍ଯ୍ୟର ପ୍ରଖର ତେଜରେ, ତରୁର ନିସର୍ତ୍ତ ଶୀତଳଛାୟା ।


ଜୀବନ ବନ୍ଧୁତ୍ୱର ପ୍ରୀତିରେ ଅମାବାସ୍ୟାର ପୂର୍ଣ୍ଣଚନ୍ଦ୍ର

ପ୍ରାପ୍ତି ଅପ୍ରାପ୍ତିର ପ୍ରତିସ୍ପର୍ଦ୍ଧା ଭିତରେ ଅବିଶ୍ବାସର କେନ୍ଦ୍ର

ଏଠି ଅହଂବଜାୟି ରଖିବାକୁ, ଲହୁ ଲୁହ ହୁଏ ଏକାକାର

ତଥାପି ଜୀବନରସ୍ମୃତି ମନର ଦିଗବଳୟେ ଖୁବ୍ ମଧୁର ।


ଜୀବନ ବେଳେବେଳେ ଅନ୍ତରରୁ ଅନ୍ତରିକ୍ଷ ଯାଏ ଯାତ୍ରା

ଯେଉଁଠି ଅସୁମାରୀ ଭରା, ପ୍ରେମ ପ୍ରତାରଣାର ମାତ୍ରା

ଇନ୍ଦ୍ରଧନୁର ସପ୍ତରଙ୍ଗକୁ ନେଇ, ସପନର ବୋଝ ବୋହି

କେବେ ସେ ଆଶ୍ବାସନାର ଆକାଂକ୍ଷିତ ହିମାଳୟକୁ ଛୁଇଁ ।


ଆଶା ଅଭିପ୍ସା ମାନ ଅଭିମାନର ଗଭୀର ନୀଳ ସାଗର

ହଁ କିଛିଟା ଅଚିହ୍ନା ଅଦେଖା ଅନେକଟା ଅତି ଆପଣାର ।।



Rate this content
Log in

Similar oriya poem from Abstract