Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

3  

Bijay Prusty

Abstract

ଜୀବନର ପରିଭାଷା

ଜୀବନର ପରିଭାଷା

1 min
235



ଯନ୍ତ୍ରଣା ବିହୀନ ଜୀବନ

ସୂର୍ଯ୍ୟହୀନ ସବୁଜ ସକାଳ

ପୂର୍ଣ୍ଣଚନ୍ଦ୍ର ବିହୀନ ପୁନେଇ ରାତି

କଳ୍ପନା କରିବା ବଡ କଷ୍ଟ I

'ଯନ୍ତ୍ରଣା ବିହୀନ ଜୀବନର

ମାନେ କିଛି ନାହିଁ

ଦହନ ବିହୀନ ମନ ମୂଲ୍ୟହୀନ,

ମୋ ଭାଷାରେ

ଜୀବନଟା ସତ୍ତାହୀନ ସେଠି I

ଛଳନାରେ ପରିପୂର୍ଣ୍ଣ ଜୀବନକୁ ନେଇ

କେତେଦିନ ବିଳାପ କରିବା?

ଆତ୍ମାର ଅନ୍ତରଙ୍ଗ ସ୍ୱର ଶୁଣି ଶୁଣି

କେତେଦିନ 

ନିଜସହ ନିଜେ ଖେଳୁଥିବା ?

ବହୁତ ଡେରି ହୋଇଗଲାଣି

ସେଇ ଏକା ନାଟକର 

ସଂଳାପ ମୁଖସ୍ତ କରିବାରେ

ନିଜ ସହ ନିଜେ 

ଲୁଚକାଳି ଖେଳିଖେଳି

ଜୀବନ ବି ଦୁର୍ବିସହ ଆଜି

ଆଉ କେତେଦିନ କୁହ

ଶୂନ୍ୟକୁ ପଥର ଫିଙ୍ଗି ଚାଲିଥିବା?

ସେଥିପାଇଁ ତ କୁହେ

ଜୀବନର ଅନ୍ୟନାମ ଯନ୍ତ୍ରଣା ଅନେକ

ଯେଉଁଠି ଯନ୍ତ୍ରଣା ନାହିଁ

ସେଠି ଗୋଟେ ଜୀବନକୁ

କିଆଁ ଖୋଜିହୁଅ I

         


Rate this content
Log in

Similar oriya poem from Abstract