Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract

3  

Rama chandra Pradhan

Abstract

ତୁଚ୍ଛ ସମ୍ପର୍କ

ତୁଚ୍ଛ ସମ୍ପର୍କ

1 min
170


ସ୍ୱାର୍ଥପର ଏଇ ଦୁନିଆଁ ବୁକୁରେ

ନୁହେଁ କେ' ରଜନୀଗନ୍ଧା 

ତୁଚ୍ଛ ସମ୍ପର୍କର ଅଡୁଆ ସୁତାରେ

ସର୍ବେ ଆଜିକାଲି ବନ୍ଧା l


ସବୁଠି ଚାଲିଛି ସ୍ୱାର୍ଥର ସାଧନା

ନା' ଅଛି ବୁଦ୍ଧି ବିବେକ

ସଂସାର ସାଗରେ ଅର୍ଦ୍ଧମଗ୍ନ ଆଜି

ସମ୍ପର୍କର କୋଣାରକ l


ଧରମ ଦାଣ୍ଡରେ ବିଶ୍ୱାସ ହରାଇ

ସମ୍ପର୍କଟା ବାଟ ଭୁଲେ

ଅଭିନୟ ରଙ୍ଗ ଭାବନାରେ ମାଖି

ଛନ୍ଦି ହୁଏ ମାୟାଜାଲେ l


ବୁଝିପାରେ ନାହିଁ ସମ୍ପର୍କର ମୂଲ୍ୟ

ଅବିଶ୍ୱାସ ହୃଦେ ଧରି

ତୁଚ୍ଛ ସମ୍ପର୍କରେ ହୁଏ ବାଟବଣା  

ଧରମକୁ ଆଖି ଠାରି l


ତେଣୁ ସାବଧାନ ସର୍ବେ ହୁଅ ଭାଇ

ତୁଚ୍ଛ ସମ୍ପର୍କକୁ ତ୍ୟାଗି

ମଧୁର ସମ୍ପର୍କେ ହୃଦୟକୁ ଯୋଡ଼ି

ଦୁଃଖେ ହୁଅ ସହାଭାଗି l



Rate this content
Log in

Similar oriya poem from Abstract