Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract Inspirational

3  

kahnu charan sahu

Abstract Inspirational

ଜଣା ଓ ଅଜଣା

ଜଣା ଓ ଅଜଣା

1 min
8


ଜଣା ଓ ଅଜଣା ଅନେକ ଘଟଣା

ବୁଝିବାରେ ହୁଏ ଡେରି

ଦୁଇ ଆଖି ଯାହା ଦେଖିଦେଇ ଯାଏ

ନୁହେଁ ସବୁ ଏକା ପରି ।


କହିବା ଆଗରୁ ବୁଝିବା ନିଶ୍ଚୟ

ପ୍ରକୃତ ମାର୍ମିକ କଥା

ନବୁଝି ନଶୁଝି ଉତ୍ତର ରଖିଲେ

ହୃଦୟେ ଲାଗଇ ବ୍ୟଥା ।


ଶୁଣିବା କହିବା ଦେଖିବାରେ ସଦା

ନିଜେ ରହିବା ସଂଯତ

ସମୟ ସହିତ ଦୁନିଆ ବଦଳେ

ଯନ୍ତ୍ରଣା କରିଣ ଜାତ ।


ସମୟ ସହିତ ଲଢ଼ିବା ଶିଖିବା

ଆଡେଇ ଅଗାଡି ବ୍ୟଥା

ମନ ଓ ମସ୍ତିଷ୍କ ଶୀତଳ ରଖିଣ

ହିସାବେ ଗାଇବା ଗାଥା ।


ମାପିଚୁପି ଯଦି କରମ କରିବା

ମନରେ ରଖି ବିଶ୍ବାସ

ସୁସ୍ଥ ରହିବ ମନ, ତନ ଓ ହୃଦୟ

ଛୁଇଁପାରିବନି କ୍ଳେଶ ।


Rate this content
Log in