Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Tragedy Others

3  

Arjuni charan Behera

Tragedy Others

ଜଣେ ପ୍ରିୟବନ୍ଧୁଙ୍କ ପ୍ରୟାଣେ

ଜଣେ ପ୍ରିୟବନ୍ଧୁଙ୍କ ପ୍ରୟାଣେ

1 min
186



ଧୈର୍ଯ୍ୟ ବନ୍ଧ ଭାଙ୍ଗଇ ଛାତି ଯାଏ ଫାଟି l

ଦୁର୍ଯ୍ୟୋଧନ ବନ୍ଧୁ ତୁମେ ରହିଲ କେଉଁଠି ll

ଦୁଃସମ୍ବାଦ ମଧ୍ୟରାତ୍ରେ ପଠାଇଲେ ଚିତ୍ତ l

ଆହାରେ ମନ୍ଦ ଦଇବ ହରି ନେଲୁ ବିତ୍ତ ll

ବାନ୍ଧବ ବତ୍ସଳ, ଭାଇ ସ୍ୱଭାବେ ସୁଧୀର l

ବ୍ରତ ଥିଲା, ଯା'ର ସଦା ପର ଉପକାର ll

ବାଣୀ ଉପାସକ ଭାଇ ସମାଜ ସେବକ l

କୋଟିଏରୁ ଦ୍ବିଜ ପରି ଥିବେ ଅବା ଏକ ll

ମନେପଡ଼େ କାଲି ପରି ବନ୍ଧୁ ମିଶି ଗଲୁ l

ରାଣୀତାଲ ଉତ୍ସବରେ ମିଳିକି ଆସିଲୁ ll

ପୁଣି ଦେଇଥିଲେ, ବନ୍ଧୁ ପୁନଃ ନିମନ୍ତ୍ରଣ l

ଆଗାମୀ ଉତ୍ସବେ ପାଦଦେବ ବନ୍ଧୁଗଣ ll

ଶୁଭ ସକାଳ ବାରତା ଆସେ ପ୍ରତିଦିନ l

ଏକ ବି ଦିନ ଭୁଲେନା ବନ୍ଧୁ ଦୁର୍ଯ୍ୟୋଧନ ll

ଆହାରେ ମନ୍ଦ ଦଇବ କି କଲୁ ! କି କଲୁ l

ଅକାଳେ ପ୍ରିୟବନ୍ଧୁକୁ ଛଡ଼ାଇ ତୁ ନେଲୁ ll

ପ୍ରାର୍ଥନା ଏତିକି ମୋର ଆହେ ମହାପ୍ରଭୁ l

ଦିବ୍ୟ ଧାମେ ଦିବ୍ୟଆତ୍ମା ତା'ର ବାସ ଲଭୁ ll

            


Rate this content
Log in

Similar oriya poem from Tragedy