Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUSRI SAHOO

Others

1.9  

SUSRI SAHOO

Others

ଜୟ ମା' କାଳୀ

ଜୟ ମା' କାଳୀ

1 min
14.7K


କାଳି ମା' କାଳିମା ଦୂରେଇ ଦେଇ
ଆଲୋକରେ ଭରିଦିଅ,
କଳା ଶାଢୀ ପିନ୍ଧି କଳା ଅନ୍ଧାରେ
କଳଙ୍କକୁ ପୋଛିଥାଅ ||
ବିକଟଳ ରୂପ ଧରିଛ ତୁମେ
ଜଗତ ମଙ୍ଗଳ ପାଇଁ
ସଜ୍ଜନ ପାଇଁ ତୁମେ ବରଦାନ
ନାଶିନୀ ଦୁର୍ଜନ ପାଇଁ ||
ପ୍ରିୟ ତିଥି ମା ତୁମ ଅମାବାସ୍ୟା
ଶମଶାନ ପ୍ରିୟ ସ୍ଥାନ
ଏହି ତିଥିରେ ତନ୍ତ୍ର‍ ମନ୍ତ୍ର ପୂଜା
କରନ୍ତି ତାନ୍ତ୍ରିକଗଣ ||
ସିଦ୍ଧିଦାତ୍ରୀ ମା ଖର୍ପର ଧାରିଣୀ
ରକ୍ତ ଶୋଷୁ ରାକ୍ଷାସର
ଚଣ୍ଡାସୁର ନାଶ ସମୟେ ସୃଷ୍ଟି
ମହାକାଳୀ ଅବତାର ||
ଲୋଳ ଜିହ୍ବା ଭୟ ସୃଷ୍ଟି କରଇ
ପାପୀ ଦୁରାଚାରୀ ପାଇଁ
ଅନ୍ୟ ଭୁଜା ପ୍ରଦାନେ ବରଦାନ
ଅଭୟ ଆଶିଷ ଦେଇ ||
ଶିବାରୁଢ ମୁଣ୍ଡମାଳଧାରିଣୀ
ଶ୍ୟାମାକାଳୀ,କୃଷ୍ଣକାୟା
ସୃଷ୍ଟିରୁ ବିନାଶ ବିନାଶୁ ସୃଷ୍ଟି
ସବୁଠି ତୁମରି ମାୟା ||
ଦଣ୍ଡୁଆ ଅଗ୍ରଦେବୀ ଦଣ୍ଡ ନାଚେ
ବୈଶାଖରେ ଧୂଳିଦଣ୍ଡ
ମେରୁ ଯାତରେ ଅଙ୍ଗାରେ ଚାଲନ୍ତି
କାଳିସୀ ରୂପ ପ୍ରଚଣ୍ଡ ||
ପ୍ରଦୂଷିତ ମା' ହେଲାଣୀ ମଣ୍ଡଳ
ଆତସୀ ବାଣ ଫୁଟାଇ
ହୃଦୟେ ଭରି ଦିଅ ସଦବୁଦ୍ଧି
ଦୀପେ ପାଳୁ ଦୀପାବଳୀ ||

ସୁଶ୍ରୀ ସାହୁ
ଶିଲଂଗ
ମେଘାଳୟ


Rate this content
Log in