Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

କାଳିଆ ସୁନା

କାଳିଆ ସୁନା

1 min
294


କାଳିଆ ସୁନା ମୋର କାଳିଆ ସୁନା

    ଦେଉଛ କେତେ ଯାତନା

ସବୁ ଦେଖୁଅଛ    ସବୁ ବୁଝୁଅଛ

    ବୁଝି କି ବୁଝି ପାରନା

ଭାବେ, ଏହିକି ମୋର ପାଉଣା ।


ମନ ଇଲାକାର   ତୁମେ ସହଚର

    ଅନ୍ତର ବେଦିରେ ରହି

ସତକର୍ମ ପଥେ  ନିଅ ଜଗନ୍ନାଥେ

    ଦିଅ ତ ବାଟ କଢେଇ

ପାଞ୍ଚ ମନେ ବନ୍ଧା ଏ ଶରୀର ସଦା

    ସୁମନ ସଦା କାମନା ।


ହୁଅନା ବିମନା  କିଏ ତୁମ୍ଭ ବିନା

    ତାରିବାକୁ ଅଛି ଶକ୍ତି

କର୍ମ ଫଳ ମତେ ଦଣ୍ଡ ଦେବ ମୋତେ

    ସହିଯିବି ଶିର ପାତି

ଭୋଗୁଛି ଯାତନା ଏ ଜୀବନେ ସିନା

     ଅପକର୍ମର ପାଉଣା ।


Rate this content
Log in

Similar oriya poem from Inspirational