କବିତା- ରାତି
କବିତା- ରାତି
କେବଳ ଗୋଟିଏ ରାତିକୁ
ମୋର କରି
ବଞ୍ଚିବାକୁ ଦିଅ ।
ଯେଉଁ ରାତିର ପ୍ରତିଟି ପ୍ରହର
ଶେଷ ବେଳକୁ
ମୋ ପାଖରେ ଜଳୁଥିବା ଦୀପରେ
ଘିଅ ନ'ସରିବ ବୋଲି
ତମେ ଜଗି ବସିଥିବ ।
ତମେ ଯଦି କହିବ
ଦୀପ ସହ ମୁଁ ଜଳିବା ଶିଖିବି,
ତମେ ଯଦି କହିବ
ଅନ୍ଧାରକୁ ମୋର ଦେହେ ନେସିନେବି,
ତମ ପାଦତଳୁ ଆଲୁଅକୁ ରାତି ପାହିଲେ
ସାରା ସହରରେ ବିଞ୍ଛିବାକୁ ଯିବି ।
କେବଳ ଗୋଟିଏ ରାତିକୁ ମୋର କରି
ବଞ୍ଚିବାକୁ ଦିଅ ।