କବିତା .......
କବିତା .......
କବିତା ଯେ ରୂପ ଅଟେ କବି ର କଳ୍ପନା ର ,
ଶବ୍ଦ ଛନ୍ଦେ ଛନ୍ଦି ଗଢେ ତା ଶରୀର .
କବିତା ,ସେ ତ ଝରଣା ର କୁଳ କୁଳ ନାଦ ,
ବଢି ଚାଲେ ଶବ୍ଦ ସଙ୍ଗେ ମାନେନା ସେ ବାଦ ବିବାଦ .
କବିତା ର ଭାବ ବୁଝେ କିଛି ମନ ,
ପୁଣି କିଏ ଭାବେ ଡୁବି ଦେଖେ କେତେ ସପନ.
କବିତା ଯେ ଛୁଇଁ ଯାଏ ହୃଦୟ କନ୍ଦର,
ସେ ତ ଏକ ସୃଷ୍ଟି କେବେ ମନ ଉପବନର .
କବିତା ସେ ଅଶରୀର ପୁଣି ହୃଦୟ ହୀନ ,
କିନ୍ତୁ ଜୀବନ୍ତ କରେ କେବେ ନିସ୍ତେଜ ମନ .
କବିତା ତ ରହିଥାଏ ପିଡି ପରେ ପିଡି ,
ଭାବାର୍ଥ କୁ ତାର ଅଗ୍ନି ନ ପାରେ ପୋଡି .
କବିତା କେବେ ଜନ୍ମେ ଭାବ ବିନିମୟରୁ ,
କେବେ ପୁଣି ଜନ୍ମେ ଅନ୍ତର ବେଦନା କୋହରୁ .
କବିତା ଯେବେ କରେ ସତ୍ୟ ଉଜାଗର ,
ସମାଜ ର କଟୁତା କୁ କରେ ସେ ପ୍ରହାର .
କବିତା ର ମୃତ୍ୟୁ ନାହିଁ ସେ ଯେ ଅମର,
ମରେ ନାହିଁ କବି କେବେ ବନ୍ଦ ହେଲେ ଲେଖନୀ ତାର .
କବିତା ସେ ସଂସ୍କାରି କିନ୍ତୁ ନୁହେଁ ସଂସାରି,
ଯୁଗେ ଯୁଗେ ରହିଥାଏ ଦୁନିଆରେ ,ସେ ସଜାଗ ପ୍ରହରୀ .
କବିତା ଯେ ସୃଷ୍ଟି କରେ ସଙ୍ଗୀତ ର ତାନ,
ବୁଝେନା ସେ ଦୁନିଆର ମିଥ୍ୟା ମାନ ଅଭିମାନ .
କବିତା ର ମଧ୍ୟେ କବି କରେ କେବେ ନିଷ୍ଠୁର ପ୍ରହାର ,
ସଦା ଚଞ୍ଚଳ ସେ ଜାଗ୍ରତ ,ଖୋଜେନା ସୁନ୍ଦର ଶରୀର .
କବିତା ଯେ ସତ୍ୟ ,ସୁନ୍ଦର ଓ ନିଷ୍ଠୁର ,
ଭାବରେ ଗଢ଼ା ସେ ,ଜୀବନ୍ତ କରେ କଳ୍ପନାକୁ କବି ର .
କବିତା ବି ପ୍ରଶ୍ନ କରେ ଦିଏ ବି ଉତ୍ତର ,
କେବେ ପୁଣି ହଜି ଯାଏ ଖୋଜି ଖୋଜି ନୂତନ ଶବ୍ଦର .