କିଛି କ୍ଷଣେ
କିଛି କ୍ଷଣେ
କିଛି କ୍ଷଣେ ମିଳିଥିଲା
ଅନ୍ତର ରେ ଖୁସି,
ସ୍ୱପ୍ନ ପରି ଲାଗିଥିଲା
ତା ସହ କେତେ ମିଶି ।
ମିଶି ମିଶି ଭୁଲି ଗଲି
ସେ ବି ଗୋଟେ ମଣିଷ,
ବିଶ୍ୱାସ ସେ କରିବନି
ଛାଡି ଯାଉ ପଛେ ନିଶ୍ୱାସ ।
ପ୍ରେମ ଥିଲେ ହୃଦୟରେ
ହେବ କି ଲାଭ,
ପ୍ରେମ ସବୁ ବାହାରେ ଯେ
ଦୋଷ ଇର୍ଷା ରାଗରେ ।
ସମୟରେ ବୁଝିଥିଲେ
ହୁଅନ୍ତା କି ଏମିତି,
କାହିଁ ଏତେ କଷ୍ଟ ମିଳନ୍ତା
ମରୁଭୂମିରେ ପାଣି ଖୋଜିବା ପରି ।
କିଛି କ୍ଷଣେ ମିଳେ
ସୁନ୍ଦର ତୃପ୍ତି ର ପ୍ରେମ,
ପରେ ସେ ପ୍ରେମ ଉଭେଇ ଯାଇ
ଯନ୍ତ୍ରଣା ସଦୃଶ୍ୟ ରେ ହୁଏ ପରିଣତ ।
ସୁଖ ଦୁଃଖ ର ସାତ ଜନମ ର ସାଥି ହୋଇ
ଅନ୍ୟ ଠାରେ ସମର୍ପି ଥାଉ ନିଜକୁ,
ହେଲେ, ଦିନେ ନା ଦିନେ ମିଳେ
ସବୁ ସୁଖ ଭୁଲିହୁଏ ଦେଖି ଦେଖି ନିଜ ଦୁଃଖକୁ ।