Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Romance Tragedy

4  

Saroj Kumar Jena

Romance Tragedy

ପୁନଃ ପ୍ରେମର ମାଦକତା ନାହିଁ ମନେ

ପୁନଃ ପ୍ରେମର ମାଦକତା ନାହିଁ ମନେ

2 mins
453



ସେ ଦିନ କାହିଁକି କେଜାଣି

    ଆକର୍ଷିତ ହୋଇଯାଇଥିଲା ଏ ଅମାନିଆ ମନ

ସେ ଅଜଣା କାମିନୀ ର ବିମୋହିତ ଚକ୍ଷୁ ର ଚାହାଣି ପଟରେ ।

    ଥରେ ନୁହେଁ ବାରମ୍ବାର ମୋ ମନକୁ ଗୁଞ୍ଜରିତ କରୁଥାଏ

ଆଉ ଆଭାସ ଭରି ଦେଉଥାଏ ପାଶେ ଥିଲା ଭଳି ,

ସତରେ କଣ ଥିଲା ତାର ଚକ୍ଷୁରେ ,

ବିଚିତ୍ର ମାଦକତା ଥିଲା ତାର ସେହି ଚାହାଣି ରେ !

  କିନ୍ତୁ  କଣ ହେବ ସେଦିନ ଜଣେ ମୋତେ ବିମୋହିତ କରିଥିଲା ପ୍ରଥମ ବଲ୍ଲଭ ରେ ମର୍ତ୍ତ୍ୟର ଅପସରୀ ,

   ଆଉ ଅନେକ ଆଶାର ଆଲୋକ ସଞ୍ଚାର କରି

ମୋତେ ତାର ମନ ପ୍ରଦେଶରୁ ବିତାଡ଼ିତ କରି ଅନ୍ୟତ୍ର

   ହୋଇଲା ଉଭାନ ।

    କି ଲାଭ ପାଇଲା ପ୍ରେୟସୀ ତାହା ଆଜି ବି ପ୍ରଶ୍ନ ବାଚକ ?

   ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ନା ଆରେ ଏ କଣ ମର୍ତ୍ତ୍ୟର ଅପସରୀ ବିମୋହିତ କରିଥିଲା ,

   ହଁ ସେ କୋଉ ଗୁଣରେ ଏକ ସ୍ଵର୍ଗର ଅପସରୀ ଠାରୁ କମ୍ ନୁହେଁ .....

      କିନ୍ତୁ ତାକୁ ଅମୃତ ସଦୃଶ୍ୟ ଲାଗେ ପ୍ରେମର କାମନା ର ବାସ୍ନା ଏବଂ ରତି କ୍ରୀଡ଼ା ।

   ଯାହା ଫଳରେ ସେ ମାନେ ନାହିଁ କିମ୍ବା ଦେଖେ ନାହିଁ

ପ୍ରକୃତ ପ୍ରେମର ସ୍ଵାଦ ଆଉ ଜଣେ ପ୍ରିୟ ର ଭାବନା ,

  ଯାହା ଫଳରେ ପ୍ରେୟସୀ କୁ ଝୁରି ଝୁରି କଣ୍ଟାଯୁକ୍ତ ହେବା ସଦୃଶ,

କିମ୍ବା ପ୍ରେମର ମାଦକତା ରେ ଯିଏ ଲିପ୍ତ ଥିଲା ଆଜି ସିଏ ପ୍ରତାରଣା ର ଶିକାର ହୋଇ ଘୃଣ୍ୟ କରେ ପ୍ରେମିକା ଜାତିକୁ

      କିନ୍ତୁ ତଥାପି ସେ ପ୍ରଥମ ପ୍ରେମକୁ ପାସୋରି ପାରେନି

         ତାର ପ୍ରଥମ ପ୍ରେମକୁ ।

କାହିଁକି ଜାଣେନା ଏଇ ଯେମିତି ଆଜିବି

      ପୁଣି ଜଣେ ତୁନି ତୁନି ଆସି ମୋର ମନ ପ୍ରଦେଶ ରେ

  ଘର ଟେ କରିଛି ସତ ,

କିନ୍ତୁ କାହିଁ ଆଜି ମୋତେ ତଥାପି ମୋର ପ୍ରଥମ ପ୍ରେମ

     ମନରେ ଭାରି ଗୁଞ୍ଜରିତ ହୁଏ ବେଳେ ବେଳେ ।

ହୋଇପାରେ ପ୍ରଥମ ପ୍ରେମର ପ୍ରେୟସୀ ପ୍ରତାରଣା ଦେଇ

     ଦୂରେଇ ଯିବାରେ କୌଣସି ଗୁଣରେ କମ୍ ନୁହେଁ ।

ତଥାପି କିନ୍ତୁ ତାକୁ ଭୁଲିଯାଇ ପଛେ କିନ୍ତୁ ପ୍ରେମକୁ

    କେମିତି ପାସୋରିବି ।

   ଆଜିବି ପୁନଃ ପ୍ରେମ ଆସିଛି ନବ କିରଣ ଆଭାସ ବୁଣିଲା

ଭଳି ।

     ତଥାପି ମନରେ ପ୍ରଶ୍ନ ବାଚି ହୁଏ ଏ କଣ ପ୍ରଥମ ପ୍ରେମର ସ୍ପରଶ ଦେଇ ପାରିବ ।

     କାରଣ ପୁନଃ ପ୍ରେମରେ ନଥାଏ ମାଦକତା

      କାରଣ ପ୍ରଥମ ପ୍ରେମର ମାଦକତା ରେ ଯେତେବେଳେ

ଏକ ଜୁଆର ସଦୃଶ ଆସି ପ୍ରତାରଣା ଯୁକ୍ତ ହୋଇ ତାହା

  ପୁଣି ଭଟ୍ଟା ପଡ଼ିଯାଏ ।

   ତାହାଲେ ଆଉ କାହିଁ ସେ ପୁନଃ ପ୍ରେମରେ ଆସିବ ମାଦକତା । କାରଣ ମାଦକତା ନିଶା ଟା ଯାଇଛି ଲୁପ୍ତ ହୋଇ ଏକ ଅନ୍ଧାର କୋଠରୀରେ ପ୍ରତାରଣା ଜ୍ଵଳା ସ୍ପର୍ଶ ରେ ।

    ତେଣୁ ପୁନଃ ପ୍ରେମର ମାଦକତା ନାହିଁ ମନେ .....


Rate this content
Log in

Similar oriya poem from Romance