Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amar Malik

Inspirational

4  

Amar Malik

Inspirational

କିଛି ଶେଷ କଥା

କିଛି ଶେଷ କଥା

1 min
346


କିଛି ଶେଷ କଥା ବାକି ଅଛି ଯାହା ଦେଉଛ ସବୁ ମୁ ଲେଖି

ମଣିଷ ଜୀବନ ଦୁଇ ଦିନ ର ଯେ ଇଶ୍ଵର କେବଳ ସାକ୍ଷୀ।


ଆଜି ଯିଏ ରାଜା କାଲି ସେ ଭିକାରୀ ସବୁ ନିୟତି ର ଖେଳ

ବିଚରା ମଣିଷ ବୁଝି ପାରେ ନାହି ମିଛରେ ଦେଖାଏ ବଳ।


ସବୁ କିଛି ଏଠି ଦୁଇ ଦିନର ଯେ ଇଶ୍ଵର ସବୁ ଦିନିଆ

ତାଙ୍କ ପାଦ ତଳେ ଶରଣ ପଶିଲେ ସାହା ହେବେ ଚଉବାହା।


ରହିବ ନାହିଁ ଟି ମଣିଷ ର ଗର୍ବ ରହିବନି ଏ ଯୌବନ

ଭଲ କାମ କରି ନାଆଁ ରଖିଥିଲେ ସ୍ବର୍ଗ ରେ ମିଳିବ ସ୍ଥାନ।


ଲୋଭ କ୍ରୋଧ ଭୁଲି ସେବା କରିଥିଲେ ମିଳିବ ଯେ କୋଟି ପୁଣ୍ୟ

ପର ଦୁଃଖ ଦେଖି ଢାଳି ଥିଲେ ଲୁହ ଜୀବନ ହୋଇବ ଧନ୍ୟ ।


ଏ ଜୀବନ ଆଉ ଯୌବନ ପରା ଇଶ୍ଵର ଙ୍କ ର ଦାନ

ତାଙ୍କ ନାମ ଯଦି ନିତି ଭଜୁଥିବା ଉଦ୍ଧାର ହୋଇବା ଜାଣ।


ରଖିଲେ ରଖିବ ମାରିଲେ ମାରିବ ସବୁ ଦଇବ ହାତରେ

ଏ ନିଃଶ୍ୱାସ ପ୍ରଶ୍ୱାସ ସବୁ ଚାଲେ ପରା ଇଶ୍ଵର ଙ୍କ ଆଦେଶରେ।


ଶେଷ କଥା ମୋର ମନେ ରଖିଥିବ ମୋର ଏ ପାଠକ ଗଣ

ଜୀବନ ମରଣ ଇଶ୍ଵରଙ୍କ ହାତେ ତାଙ୍କ ପାଦେ ଦିଅ ଧ୍ୟାନ।


Rate this content
Log in

Similar oriya poem from Inspirational