Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

କଳାରେ କଳା ତ

କଳାରେ କଳା ତ

1 min
165



ଘନ ଅନ୍ଧକାରୁ ଘନ କଳା ନେଇ

    କୋକିଳର କଳା ନେଇ

କଳା ବାଦଲର କଳାର ସାଗରେ

    ଆଖିର କଜ୍ଵଳ ଦେଇ

ପ୍ରଭୁ, ସମ ନୁହେଁ କଳା ସେହି ।


ଚିକ୍କଣ କାଳିଆ ଭାବ ବିନୋଦିଆ

    କଳା ରଙ୍ଗେ ମନ କିଣେ

ଷୋଳକଳା ଯାର ଲେପନ ଦେହର

    କେଉଁ କଳା ତାକୁ ଜିଣେ

କଳାରେ କଳା ତ ମୋ କଳାବଦନ

    ମୁଖେ ହସ ଉକୁଟଇ ।


କଳାକୁ ଆଦରି ନେଇଛି କାଳିଆ

    କଳା ନୁହେଁ ତାର କାମ

ଅଧର୍ମର କଳା ଦେହରେ ଲେପିସେ

    ଧର୍ମକୁ ଦିଅଇ ସ୍ଥାନ

ଷୋଳକଳାରୁ ସେ କଳା ନେଇ ଆସେ

    ଅଧର୍ମ ବିନାଶ ପାଇଁ ।


Rate this content
Log in

Similar oriya poem from Inspirational