Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Abstract

5.0  

ବି. ନିରୁପମା

Abstract

ଲଗାଇନି ଆଉ ଧୂଳି

ଲଗାଇନି ଆଉ ଧୂଳି

1 min
423


ଆଗରୁ କହିଛି ଛୋଟପିଲାଙ୍କୁ ମୁଁ

ସ୍ନେହ କରେ ,ଯତ୍ନ ନିଏ ,

ଜାଣ ଅଜାଣତେ ଦୋଷ କରିଦେଲେ

ବୁଝାଇ ସଜାଡ଼ି ଦିଏ


ହରଷରେ ମୋର କଥା ମାନିଯା'ନ୍ତି

କଟାଳ କରନ୍ତି ନାହିଁ ,

କହନ୍ତି- "ଅପା ଯା' କହୁଛନ୍ତି ସବୁ

ଭଲ ଅଟେ ଆମ ପାଇଁ


ଏମିତି ଗୋଟିଏ ଝିଅ ଅଟେ 'ଇତି'

ଧରେ ତାକୁ କୁନିବେଳୁ ,

କେତେ ଗେଲ କରି ହସାଏ ଖେଳାଏ

ସୁସୁ କରେ ଖେଳୁ ଖେଳୁ


ପିଲାଟି ବେଳରୁ ନାକ କାନ୍ଦୁରି ସେ

ଧୀରେ ଧୀରେ ହେଲା ବଡ଼ ,

ଅବୁଝା ଯେମିତି କଳେହି ସେମିତି

ହୁଏ ଖାଲି ଭଡ଼ଭଡ଼


ଭଲ କହିଲେ ସେ ଭେଲ ବୁଝିକରି

ମୁହଁକୁ ଫୁଲେଇ ଦିଏ ,

ଜାଣିଶୁଣି କରେ ଓଲଟା କାମକୁ

ବୁଝାଇବ ତାକୁ କିଏ


ଅନ୍ୟପିଲା ସାଥେ ଝଗଡ଼ା ଲାଗଇ

ମନାକଲେ ଭାରି ଚିଡ଼େ ,

"ଭଲକାମ କଲେ ଆଦର ପାଇବୁ"

ଶୁଣି ମୁହଁ କରେ ଏଡ଼େ


ବଡ ହେବା ପରେ, ମିଛରେ ସେ ଦିନେ

କହିଲା ଭାଉଜ କାନେ ,

"ଅପା ସଦାବେଳେ ଗାଳିଦ୍ୟନ୍ତି ମୋତେ

ଶୁଣି କ୍ରୋଧ ଆସେ ମନେ


ଶୁଣିକି ଭାବିଲି ଏତେ ସ୍ନେହ କରି

ଓଗାଳୁଛି ଆସି ବିଷ ,

ସ୍ଵଭାଵ ଜମାରୁ ବଦଳିନି ତା'ର

କରିବି ମୁଁ ଆଉ କିସ


ଦୁଇଦିନ ଯାଏ ଆସିଲା ମୋ କ୍ରୋଧ

ଝିଅଟାକୁ ଦେଖୁଦେଖୁ ,

ଉଭାଇ ଗଲା ତା'-ଜାଗ୍ରତ କରିଲି

ଯେବେ ମୋର ବିବେକକୁ


ଈର୍ଷା ,ରାଗ ,ଦ୍ଵେଷ ଭଲଗୁଣ ନୁହେଁ

ତାହାଠୁ ତ ରହେ ଦୂରେ ,

ତୁଚ୍ଛା କଥାଟାରେ ଭାଳି ହୋଇ କିଆଁ

ରହିବି ମୁଁ ଦୁଃଶ୍ଚିନ୍ତାରେ


ନିନ୍ଦା ବା ପ୍ରଶଂସା ଯାହା କଲେ କରୁ

ସେସବୁ ମୁଁ ସହିନେବି ,

ବାକି ପିଲାଙ୍କୁ ଯା' ବାଣ୍ଟୁଛି ଖୁସିରେ

ତାକୁ ବି ସେମିତି ଦେବି


ସେନେହ ,ଆଦର କରିଲି ତାହାକୁ

ତା' ପରେ ବି ପୂର୍ବଭଳି ,

ହୃଦୟକୁ ମୋର ସ୍ୱଚ୍ଛ ମୁଁ ରଖିଲି 

ଲଗାଇନି ଆଉ ଧୂଳି



Rate this content
Log in

Similar oriya poem from Abstract