Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Panda

Abstract

4  

Snigdha Panda

Abstract

ଯୁଦ୍ଧ-ଖେଳ

ଯୁଦ୍ଧ-ଖେଳ

1 min
4


ତମେ ଖେଳିବ ବୋଲି କହିଲ 

ଆମେ ସାରା ପଡିଆ ଛାଡିଦେଲୁ 

ଯୋଉଠି ଘାସ ଥିଲା 

ଆମେ ତା ଉପରେ ଖେଳୁଥିଲୁ ସବୁଦିନ 

ବର୍ଷା ହେଲେ ଯୋଉ ସବୁ ଜାଗାରେ ଘାସ ନ ଥାଏ 

ସେଠି ବି କାଦୁଅରେ ଆମେ ଖେଳୁଥିଲୁ

ଗୁଞ୍ଜର ପୋକ ଧରିବା 

ଗୁଗୁଚିଆ ଛଡେଇବା 

ପାଦ ଚଲା ରାସ୍ତାକୁ 

ସୀମା ମାନି ନେଇ ରାଜତ୍ୱ କରିବା 

ସବୁକିଛିର ସାକ୍ଷୀ ଥିବା 

ପଡିଆ ତୁମ ପାଇଁ ଛାଡିଦେଲୁ ॥


ଜହ୍ନକୁ ଯିବାର ସ୍ୱପ୍ନ ଅଙ୍କା ହେଇଥିବା

କାଗଜ ରକେଟ୍‍ 

ଆମେ ସେଠି ଉଡଉ ଥିଲୁ 

କାନ ପାଖରେ ଚିଲେଇ ଦେଇ 

ପରସ୍ପରକୁ ଡରଉଥିଲୁ 

ଶୀତର ଫାଟକୁ ବୁଜିବାକୁ 

କାକରରେ ମୁହଁ ପୋଛୁଥିଲୁ 

ଫୁଲମାନଙ୍କର ନାଁ ଦେଉଥିଲୁ ବାଛିବାଛି 

ବସୁଥିଲୁ ପାଖାପାଖି

ହସୁଥିଲୁ ଦେଖାଦେଖି 

କେବେ କେବେ ରୁଷୁଥିଲୁ 

ତମେ ଖେଳିବ ବୋଲି 

ସେଇ ଜାଗାଟି ଛାଡିଦେଲୁ 


ତମ ଖେଳ ଏମିତି ଚାଲିଲା ଓ ଚାଲିଛି 

ଆମ ପଡିଆସାରା ରକ୍ତ 

ଚାରି ପାଖରେ ଶବର ପାଚେରୀ 

ଘାସ ଉପରେ ଖାଲି ପାଉଁଶ 

ଡରେଇବାକୁ ତମେ ଫୁଟଉଛ ଗୁଳି 

ଆକାଶକୁ ପଠଉଛ କ୍ଷେପଣାସ୍ତ୍ର 

ବର୍ଷଉଛ ବୋମା 

ଆମ ଗୁଞ୍ଜର ଧୂଆଁ ହେଇ ଉଡିଗଲାଣି 

କାକର ଆକାଶରୁ ତଳକୁ ଖସୁନି ॥


କାଲି ଶୁଣିଲୁ ଆମର କେତେ ସାଙ୍ଗ 

ହଜିଗଲେଣି ତମ ଖେଳ ଭିତରେ 

ଏବେ ଖେଳିଯିବାକୁ ମନା କରିବାକୁ 

କେହି ତ ନାହିଁ 

କାହିଁକି ନା ମନା କରିବା ଲୋକମାନେ ନାହାନ୍ତି 

ସେଠି କି ଆଉ କୋଉଠି କି ଖେଳିଯାଇ ହେଉନି 

କାହିଁକି ନା ଖେଳ ମାନେ ବି ବଦଳି ଯାଇଛି

ଆମେ କଣ ଜାଣିଥିଲୁ ଯେ 

ତମର ୟେ ଖେଳର ନାଁ ଯୁଦ୍ଧ ବୋଲି ॥



Rate this content
Log in

Similar oriya poem from Abstract