ଲୁଚାଇବିନି କିଛି ତୁମକୁ
ଲୁଚାଇବିନି କିଛି ତୁମକୁ
ଦିବାର ଅବର୍ତ୍ତମାନେ,
ଶର୍ବରୀର ବାହୁବନ୍ଧନେ
ସ୍ବପ୍ନ ଯେବେ ଝୁଲେ ସୁନା ଝୁଲଣାରେ,
ସ୍ମୃତି ବସି କାନ୍ଦୁଥାଏ ନୀରବରେ !!
ଉଦାସୀ ମନ ଖୋଜେ ପ୍ରୀତି ଭରା ଗୀତି
ହୃଦୟ ଅଧିର ପ୍ରତୀକ୍ଷାର ମିଠା ଯନ୍ତ୍ରଣାରେ !!
ପରସ୍ତ ପରସ୍ତ କାଗଜର ଫର୍ଦ୍ଦେ,
ସଜାଇ ଲେଖିଛି ଉଷ୍ମତା ଓଠ ତଳର !!
ସପ୍ତରଙ୍ଗୀ ଅବଗୁଣ୍ଠନ ତଳେ,
ତୋଳି ଧରିଛି ଅବତଂସ ଲଜ୍ୟାର ।।
ଅଙ୍ଗୀକାର ରଖି ଅଙ୍ଗରାଗ ମାଖି ,
ପ୍ରତିଶ୍ରୁତି ଦେଉଛି ଲୁଚାଇବିନି କିଛି
ଭାଙ୍ଗି ଦେବି ଶୂନ୍ୟତା ମୋ ନୀରବତାର !!
ମୃଦ୍ୟୁ ହୃଦ ସ୍ପନ୍ଦନେ ନିଷ୍କ୍ରାନ୍ତ ପଅଁରି ଶବଦ
ସ୍ପର୍ଶ ମାତ୍ରେ ତୁମ,
ଆବେଗ ଆବର୍ତ୍ତ ବିକ୍ଷୁବ୍ଧ !!!
ସ୍ଥିତିଶୀତଳା ତୁମ, ଅରୁଣିମାର ଉଦ୍ରେକ
ଅପସରି ନିଏ ଦୁଃଖ ବିଧୂର କ୍ଳାନ୍ତି ।।
ଅଭ୍ର ନୟନ ବାରିରେ ଭିଜୁଥାଏ ଅନ୍ତର,
ଆକତାମାକତା ନିଃଶ୍ୱାସର ଗତି !!!
ସ୍ବପ୍ନ ଯେ ଅସୁମାରୀ ସିକତା,
ବିସ୍ତୀର୍ଣ୍ଣ ପଛାଳେ !!
ସାଉଁଟିଛି ମୁଠାଏ ସେଥିରୁ,
ହଜିଥିଲା ଯାହା ସମୟର ଅନ୍ତରାଳେ ।।
ଅନାବୃତ୍ତ ମୋ ଅନୁରାଗର ସିନ୍ଦୁକ
ନାହିଁ ଅବକାଶ ଗଢ଼ିବାକୁ ଅନୃତ ସମ୍ପର୍କ ??
ଶୁଭ୍ର ପ୍ରତିବିମ୍ବେ ଭାସେ
ନିରନ୍ଧ୍ରତାର ପରିଭାଷା !!!
ଅପରିମିତ ଆକାଂକ୍ଷାର ଅବାରିତ ବର୍ଷା ।।
ଗୋପନ ପେଡିର ଅକୁହା କଥା,
ସାଥି ସାଥେ ବାଣ୍ଟିଦେଲି !!
ନାହିଁ ଆଉ ଲୁଚାଇବାର କିଛି,
ଯାହାକୁ ମନ ପ୍ରାଣ ସର୍ମପିଲି ।।