Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MANOJ KUMAR PATRA

Crime

4.3  

MANOJ KUMAR PATRA

Crime

ମାଲିକ ଓ ଚାକର

ମାଲିକ ଓ ଚାକର

1 min
318


ମାଲିକ ଓ ଚାକରର କଥା

       ବ୍ୟଥା ହୁଏ କିଛି ଜଣକୁ,

ପ୍ରଭୂଙ୍କ ପ୍ରତି ଭକ୍ତର ସଚ୍ଚୋଟ ଓ ବିଶ୍ବାସତା

       ପରମ୍ପରା ଥାଏ କାଳକୁ । 


ମାଲିକକୁ ଚାକର ଦିଏ କ୍ଷୀର ଲିଟର

       ବାରମ୍ବାର ହିସାବ କରି,

ହେଲେ ତା ଦେହ କାହିଁକି ଲାଗୁନି

       ମନରେ ସନ୍ଦେହ ଭରି ।


ସନ୍ଦେହକୁ ଦୂର କରିବାକୁ ଯାଇ

        ଜଗୁଆଳିଟିଏ ରଖେ,

ଜଗିୁଆଳି ସଙ୍ଗେ ଚାକର ମିଶି

       ଅଧା କ୍ଷୀରକୁ ଫାଙ୍କେ ।


ଦିହ କାହିଁପାଇଁ ଶୁଖି ଯାଉଅଛି

       ମାଲିକର ସନ୍ଦେହ ଜାତ,

ଚେଲାକୁ ରଖିଛି ଜାଣିବା ପାଇଁକି 

       କ୍ଷୀରପାଣିର ଅନୁପାତ ।


ମାଲିକ ବିଚରା ହୋଇଯାଏ ରୁଗୁଣ

      ଦିନେ ଜାଣେ ସତକଥା,

ଚାକର, ଜଗୁଆଳି, ଚେଲା ମିଶିଣ

      ସେହି ସମାନଭାଗର ଗାଥା ।


ସରକାର ଓ ଜନତାଙ୍କର କଥା

      ଆଉ ନ କହିବା ଭଲ,

ଯନ୍ତ୍ରୀ, ମନ୍ତ୍ରୀ, ତନ୍ତ୍ରୀ, ଟାଉଟର ଆଦି

     ଦେଶକୁ କରନ୍ତି ଖୋଳ ।


କିଏ ଦେବ ସଞ୍ଜିବନି ଓ ମଧୁମୟ 

     ହେବ ଆଶା ଭରଷାର ବିନ୍ଦୁ,

କିଏ ଏଇଠି କାହାକୁ ଜଗିବ

      ତାହା ବିଚାର କର ବନ୍ଧୁ ।


Rate this content
Log in

Similar oriya poem from Crime