ମହାଦେବ
ମହାଦେବ
ଆହେ ପ୍ରଭୁ ସତୀଶ ଗିରି ବର ଗିରିଶ
ତିନି ଭୂବନେ ତବ ଯଶ
ସ୍ମଶାନ ପରେ ବାସ ଭୂତନାଥ ମହେଶ
ବିଭୂତି ବୋଳା ଲୋଭା ବେଶ
ହେ ମହେଶ ହେ ମହେଶ
ଶିରେ ଜାହ୍ନବୀ ଶଶୀ ବେଶ
ବାହାନ ଅଟଇ ଗବିଶ
ତ୍ରିପୁରାରୀ ହେ ଆସ ଉଭାହୁଅ ତାବିଷ
ପାମରେ ରାସାକୁ ଉଶ୍ୱାସ । ୧।
ପାଇଁ ଅମୃତ ରସ ସେବନ କଲ ବିଷ
ଦେବତା ଦାନବେ ସନ୍ତୋଷ
କୋପ ତପରେ ବଶ ଭକ୍ତ ଲଭେ ଆଶିଷ
ତୁମେ ତ କରୁଣାର ଶେଷ
ହେ ନନ୍ଦିଶ ହେ ନନ୍ଦିଶ
ଭିମ ତାଣ୍ଡବେ ଐରି ନାଶ
ଚର୍ମୀ ଶାର୍ଦ୍ଦୁଳ ଚର୍ମ ବାସ
ସର୍ବେଶ୍ଵର ବୀରେଶ ହେ ମୋର ଦୁଃଖ ନାଶ
ଘେନ ହୀମ ଶୈଳଜା ଇଶ ।
ମାନସ ପୁତ୍ର ରୋଷ କ୍ରୋଧରେ କଲ ନାଶ
ଗଜ ମସ୍ତକେ ଦେଲ ବେଶ
ଲଭି ତବ ଆଶିଷ ଅଗ୍ର ପୂଜ୍ୟ ଗଣେଶ
ବିଦ୍ୟା ବୁଦ୍ଧିରେ ମୂର୍ଖ ଶେଷ
ହେ ଭୃଙ୍ଗିଶ ହେ ଭୃଙ୍ଗିଶ
କି ଶୋଭା ଦିଶଇ କୈଳାସ
ବୃଷାଙ୍ଗ ଶଙ୍କର ହୀମାଂଶ
ପ୍ରିୟ ଚମ୍ପା ଗଇଶ ହେ ଶୈଳୁଷ ପଲାଶ
ଆଦର କର୍ପୁର ସୁବାସ ।।