Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Inspirational

3  

Jyotirmoyee Mohanty

Inspirational

ମନୁଷ୍ୟର ଆଦ୍ୟରୂପ ଥିଲା ସେହି ବାନର

ମନୁଷ୍ୟର ଆଦ୍ୟରୂପ ଥିଲା ସେହି ବାନର

1 min
149


ମନୁଷ୍ୟର ଆଦ୍ୟରୂପ ଥିଲା ସେହି ବାନରର 

ସିଏ ହିଁ ଶ୍ରେଷ୍ଠରୂପେ ଆଜି ବି ବିଦ୍ୟାମାନ ମର୍ତ୍ତ୍ୟପୁରେ । 


ପବନଙ୍କ ସୂତ ସେହୁ ବୀର ହନୁମାନ 

ପବନ ବେଗରେ ଆସନ୍ତି ଭକ୍ତ କେହି ଆକୁଳେ ଡାକିଲେ 

କଷ୍ଟ ହରି ଦୁଃଖ ନାଶି ରକ୍ଷା କରନ୍ତି ଭକ୍ତ ଗଣେ

ବିଦ୍ୟା ବୁଦ୍ଧି ବଳ ପ୍ରଦାୟକ ସେ ଅଞ୍ଜନା ପୁତ୍ର ଜାଣ । 

 

ସୀୟା ରାମଙ୍କର ପରମ ଭକ୍ତ ସେହୁ 

ଯେଉଁଠି ରାମ ନାମ ସେ ଏବେ ବି ସେହିଠାରେ 

ସଭା ମଧ୍ୟେ ହୃଦୟ ବିଦାରି 

ଦେଖାଇଥିଲେ ସେହୁ ସୀୟା ରାମ

ଏଡ଼ିକି ସରଳ ସେ ଯେ ଦୁନିଆର ଶ୍ରେଷ୍ଠବୀର 

ଶ୍ରୀରାମଙ୍କ ପାଇଁ ସାରାଦେହେ 

ବୋଳି ହୋଇଛନ୍ତି ସିନ୍ଦୁର ଜାଣ । 


ସୀତାମାତାଙ୍କୁ ଯେତେବେଳେ ରାବଣ କରିଥିଲା ହରଣ 

ସିଏ ହିଁ ଠାବ କରି ପାରିଥିଲେ ସୀତାମାତା ଜାଣ 

ଲଙ୍କା ଯାଇ ଲଙ୍କାପୁର କରିଥିଲେ ନଷ୍ଟଭ୍ରଷ୍ଟ 

ଅଶୋକା ବାଟିକାରେ ପାଇଥିଲେ ମାତା ଭେଟ ।


ସେତୁ ବନ୍ଧ ବାନ୍ଧିଥିଲ ବାନର ସେନାଙ୍କ ସହ 

ବଦ୍ଧ କରି ଦୁରାଚାର, ଦୁଷ୍ଟ ରାବଣ 

ସୀତାମାତାଙ୍କୁ ମୁକୁଳାଇଥିଲେ ଶ୍ରୀରାମ 

ସେହୁ ବାଳ ବ୍ରହ୍ମଚାରୀ ହନୁମନ୍ତ ବୀର 

ସୀୟା ରାମ ସୀୟା ରାମ ସୀୟା ରାମ 

ଜପରେ ଥାଏ ତାଙ୍କ ମନ । 


ରାମ ନାମ ହିଁ ତାଙ୍କର ଶ୍ରେଷ୍ଠ ଗଣ୍ଠିଧନ 

ରାମଙ୍କ ପରମ ଭକ୍ତରେ ଅଗ୍ରଗଣ୍ୟ 

ଜପେ ରାମ ତପେ ରାମ ରାମ ହିଁ ରାମମୟ ଚତୁର୍ଦ୍ଦିଗେ

ରାମଧ୍ୱନୀ ବଳୟ ମଧ୍ୟରେ ସେ ବିଦ୍ୟମାନ । 



Rate this content
Log in

Similar oriya poem from Inspirational