''ମୋ ଭାରତ''
''ମୋ ଭାରତ''
କେଡ଼େ ଭାଗ୍ୟମାନ
ଅଟେ ମୁହିଁ
ଦିନ କଟେ ମୋର
ତୋତେ ଚାହିଁ
ମାଆ ନୁହେଁ ତୁହି
ମାଟି ମାଆ
ବିପଦେ ଆପଦେ
ତୁହି ସାହା
ତୋ ପାଇଁ ସକାଳ
ଆସେ ହସି
ତୋ ପାଇଁ ଦିନ ବି
ଲାଗେ ଖୁସି
ତୋ ଶସ୍ୟ ସମ୍ପଦ
ରଖେ ମାନ
ତୋ ପାଇଁ ଖୁସି ଯେ
ଏ ଜୀବନ
ଧନ୍ୟ ତୁହି ମାତା
ମୋ ଭାରତ
ତୋ ପାଇଁ ଆଜି
ମୁଁ ଗର୍ବୀତ
ବୀର ଜନ୍ମଦାତ୍ରୀ
ମାଆ ତୁହି
ତୋ ପରି ଜଗତେ
କେହି ନାହିଁ