Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHADEV PARIDA

Classics

3  

SAHADEV PARIDA

Classics

ମୋ ଗାଁ

ମୋ ଗାଁ

1 min
132


ଛୋଟ ମୋର ଗାଁ ଟି

ମଧୁ ପରି ତାର ନାଆଁ ଟି

ଛୋଟ ମୋର ଗାଁ ଟି

କି ଖରା କି ବରଷା

ସଶ୍ୟ ଶ୍ୟମଳା

ମୋ ମାଆଟି

ଛୋଟ ମୋର ଗାଁ ଟି ।


ତା ତୋଟା ମାଳ

ଫୁଲ ଫଳରେ

ଭରିଛି ଆମ ପାଇଁ ଟି

ଛୋଟ ମୋର ଗାଁ ଟି

ସଞ୍ଜ ସକାଳେ

ତାର ଦେଉଳେ

ବାଜି ଉଠେଇ

ଶଙ୍ଖ,ଘଣ୍ଟି ଟି

ଛୋଟ ମୋର ଗାଁ ଟି ।


ନାନା ଜାତିର ଚଢେଇ ଗଣ

ମଧୁର ଗୀତ ଗାଆନ୍ତି

ନାନା ଜାତିର ଫୁଲ ଫୁଟି

ମନକୁ ମୋହି ନିଅନ୍ତି

ଛୋଟ ମୋର ଗାଁ ଟି ।


ଵାର ମାସରେ

ତୋର ପରବେହୁଅନ୍ତି ସର୍ଵେ ଠୁଳ

ଗଢ଼ା ହୁଅଇ ନାନା ପ୍ରକାର ପିଠା

ତାର ମହକ ମନେ ଭରଇ ସୁଆଦ

ସଭିଏଁ ମିଶି ଦୋଳ ଯାତରା

ହୋଲି,ରଜପରବେ ଖାଆନ୍ତି

ଏକାଠି ବସି,ହୁଅନ୍ତି ବଡ଼ ଖୁସି

ଛୋଟ ମୋର ଗାଁ ଟି

ମଧୁର ତାର ନାଆଁ ଟି ।


Rate this content
Log in

Similar oriya poem from Classics