Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKESH MUDULI

Children

4  

RAKESH MUDULI

Children

ମୋ ହାତ ଲେଖା

ମୋ ହାତ ଲେଖା

1 min
435


 


ଲେଖୁଛି କବିତା ଅଳପ ଅଳପ      

ଭାବୁଛି ଅଧିକ ବସି

ସେଇ କବିତାକୁ ପଢିଦେଇ ତୁମେ      

ମୁରୁକି ଦେଉଛ ହସି ।

ହସ ତୁମ ଅଟେ କବିତାର ଧାଡ଼ି     

ଶବ୍ଦରେ ହୋଇଛି ସଜା

କବିତା ରୂପରେ ସଜାଇ ଶବ୍ଦକୁ     

ଦେଖିଲେ ଲାଗୁଛି ମଜା ।

ଯେତେ ମୁଁ ଲେଖୁଛି ସେଇ କବିତାକୁ     

ପୂରଣ କରିବା ପାଇଁ

ପୂରଣ ହେବାକୁ ସେଇ କବିତାରେ     

ଶବ୍ଦଟିଏ ମୋର ନାହିଁ ।।


Rate this content
Log in