Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ananya Sahu

Inspirational

4  

Ananya Sahu

Inspirational

ମୋ ପିତା ମାତା

ମୋ ପିତା ମାତା

1 min
153



ପିତା ମୋ ଧର୍ମ

ପିତା ମୋ ସ୍ବର୍ଗ

  ପିତା ମୋ ଜୀବନ ତପ

ପିତା ମୋ ଗତି

ପିତା ମୋ ମୁକ୍ତି

  ପିତା ପାଦେ ମୋର ଚିତ୍ତ ।


ମାତା ମୋହର

ଅତି ନିଜର

  ତା ପରି କେହିରେ ନାହିଁ

କୋଳ ତାହାର

ସରଗ ମୋର

  ମାଆ ପାଇଁ ଧନ୍ୟ ମୁହିଁ ।


ମୋ ପିତା ମାତା

ମୋର ଦେବତା

  ତାଙ୍କରି ପାଦ ସେବା

ଜୀବନ ସାରା 

କରିବି ମୁହିଁ

 ନ ଥିବ କିଛି ଚିନ୍ତା ।


ପିତା ମାତା ଙ୍କ

ଆଶିଷ ପରା

  ଥିଲେ ମୋ ମଥା ପରେ

ରୋଗ ଓ ଶୋକ 

ଦୂରେଇ ଯାଏ

  ବଇରୀ ଯାଏ ଦୂରେ ।


ଯାହା ପାଇଛି

ଆଜି ରେ ମୁହିଁ

  ସବୁ ତାଙ୍କରି ପାଇଁ

ମୋ ପିତା ମାତା

ଋଣକୁ କେବେ

   ଶୁଝି ପାରିବି ନାହିଁ ।


ପିତା ମାତାଙ୍କ

ପାଇଁ ଦିନଟି

  ଜୁନ୍ ଏକ ତାରିଖ

ହୋଇଛି ଧାର୍ଯ୍ୟ

ସୁନ୍ଦର କାର୍ଯ୍ୟ

   ଏ କଥା ମନେ ରଖ ।


କଥାରେ ଖାଲି 

କହିବା ନାହିଁ

  କର୍ଯ୍ୟେ କରି ଦେଖାଇବା

ଶୁପୁତ୍ର ହୋଇ

ଦୁନିଆ ଦାଣ୍ଡେ

  ଛାତି ଫୁଲାଇ ଚାଲିବା।



Rate this content
Log in

Similar oriya poem from Inspirational