Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKESH MUDULI

Children Stories

4  

RAKESH MUDULI

Children Stories

ମୋ ପ୍ରିୟ କଲମ

ମୋ ପ୍ରିୟ କଲମ

1 min
360



କଲମ ଧରି ମୁଁ ଲେଖିଲି କାଗଜେ

      ଭାବିଥିଲି ଯାହା କିଛି

ଭାବନା ନୋହେଁ ସେ ଅଟେ ଆଉ କିଛି

       ଲେଖିବାକୁ ଇଛା ଅଛି ।


ଲେଖୁଛି ସିନା ମୁଁ କଲମ ଟେ ଧରି

       କାଳି କୁ ସାରିବା ପାଇଁ

କାଳି ସରିଗଲେ କଲମ ମୁନରୁ

     ଦୁଃଖ ଲାଗେ ମତେ କାଇଁ ।


ଦୁଃଖକୁ କେମିତି ପ୍ରକାଶ କରିବି

     ନାହିଁ ମୋର କିଛି ଭାଷା

ଭାଷା ଟିକୁ ମୋର ଉତାରିବା ପାଇଁ

     କରିଥିଲି ଟିକେ ଆଶା ।


ଆଶା ମୋର ଆଜି ନିରାଶା ହୋଇଲା

      ମନ ପାଖେ କରି ଅଳି

ଅଳି କୁ ମୋହର ମନ ଶୁଣିଲାନି 

     ସରିଗଲା ଯେବେ କାଳି ।




Rate this content
Log in