Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ମୋର ଥିଲା ମନ ଗୋଟେ ସୁବିଧା ଗୋଟେଇ

ମୋର ଥିଲା ମନ ଗୋଟେ ସୁବିଧା ଗୋଟେଇ

1 min
19



ମୋର ଥିଲା ମନ ଗୋଟେ

ସୁବିଧା ଗୋଟେଇ

କେତେବେଳେ କାହାକୁ ମୁଁ

ଦେଇଛି ପଟେଇ

...........ମୋର ଥିଲା ମନ ଗୋଟେ

         ସୁବିଧା ଗୋଟେଇ ! ୦ !


ହସ ଥିଲା ଫୁଲ ବନ

ଫଗୁଣ ମହକ

ଇଚ୍ଛା ଥିଲା ବେଗ ଯାନ

ଲକ୍ଷ୍ୟର କୁହୁକ,

ଘର ଥିଲା ଶାନ୍ତି ବାସ

ବାଧାକୁ ହଟେଇ

...........ମୋର ଥିଲା ମନ ଗୋଟେ

         ସୁବିଧା ଗୋଟେଇ ! ୧ !


ମୋହ ଥିଲା ଦୁଇ ଆଖି

ସ୍ୱ ପନ ଅଳସ

ସ୍ନେହ ଥିଲା ଆଛା ପଣ

ଜୀବନ ବିଳାସ,

ରାତି ଦିନ ଭଲ ଲାଗେ

ସହଜେ କଟେଇ 

...........ମୋର ଥିଲା ମନ ଗୋଟେ

         ସୁବିଧା ଗୋଟେଇ ! ୨ !


ନିଜ ଲାଗି ସାଥୀ ଜଣେ

ଭାବିଚି ହଜାର

ଆଡ଼ କରି ଛାଡ଼ି ନାହିଁ

ରଖିଚି ନିଜର,

ଓଠ ପୁଣି ଖେଳୁଥିଲା

ସତକୁ ଘଟେଇ

...........ମୋର ଥିଲା ମନ ଗୋଟେ

         ସୁବିଧା ଗୋଟେଇ ! ୩ !











Rate this content
Log in

Similar oriya poem from Romance