ମୃତ୍ୟୁର ବି ଅନ୍ତଥାଏ
ମୃତ୍ୟୁର ବି ଅନ୍ତଥାଏ
କିଏ କୁହେ ମୃତ୍ୟୁ ଏକ
ଅପହଞ୍ଚ ସତ୍ୟ ?
କିଏ କୁହେ ମୃତ୍ୟୁ ମୋର
ଜୀବନର ଅନ୍ତ ?
ମୃତ୍ୟୁପରା ବସନ୍ତକୁ
ରଙ୍ଗହୀନ କରିଦେଇ ପାରେ
ମୃତ୍ୟୁ କିନ୍ତୁ ଜୀବନ ସହିତ ସଦା
ମିଛି ମିଛି ଲୁଚକାଳି ଖେଳେ I
ଏଇ ଛାର ମୃତ୍ୟୁ କେବେ
ନୁହେଁ ମୋର ଜୀବନର
ଅନ୍ତିମ ପାହାଚ
ଯଦି କେହି ଜାଣିନାହଁ
ଦିନେହେଲେ ଏ ସତ୍ୟକୁ
ଜାଣିବ ଅବଶ୍ୟ I
ମୃତ୍ୟୁର ବି ଅନ୍ତଥାଏ
ଦେଖାଇ ମୁଁ ଦେବି
ଇତିହାସ ପୃଷ୍ଟାପରେ
ମୃତ୍ୟୁର ମରଣ ଗାଥା
ନିଜହାତେ ମୁଁ ଲେଖିଦେବି I
ମୋ ପାଇଁକି ମୃତ୍ୟୁ କେବେ
ହେବନାହିଁ ଆଗାମୀର
ଅବାଞ୍ଛିତ ଚିହ୍ନ
ମୋ ଆଖିରେ ଥାଏ ମୃତ୍ୟୁ
ମୋ ପାଇଁକି ସିଏ ମୋର
ଚିର ବର୍ତ୍ତମାନ I
ମନେ ମନେ ମୃତ୍ୟୁ କଣ ଭାବୁଥାଏ
ସେ କଥା ମୁଁ ଜାଣେନାହିଁ କିଛି
ବିନା ନିମନ୍ତ୍ରଣେ କେବେ ହେବିନାହିଁ
ମୃତ୍ୟୁଗୃହେ ମୁଁ ଏକ ଅଲୋଡା ଅତିଥି I