Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sarada com.2020

Abstract

4.0  

sarada com.2020

Abstract

ମୁଁ ବହି

ମୁଁ ବହି

1 min
231


ପଡି ରହିଅଛି ମୁଦିତ ଅବସ୍ତେ

ଜଗତର ହିତ ପାଇଁ

ଆବରଣ କରଛି ଦେହକୁ ମୋହର

ରୋମାଞ୍ଚିତ ଛବି ଦେଇ l


ଦେହରେ ଧରିଛି ଅନେକ ପୃଷ୍ଠାକୁ

କେତେ ଯେ ଶବ୍ଦ କୁ ନେଇ

ସବୁ ଭାଷାକୁ ମୁଁ ସ୍ୱାଧୀନ କରିଛି

ସମାଜର ଶିକ୍ଷା ପାଇଁ l


ବନ୍ଦୀ ହୋଇଅଛି କାରାଗାର ମଧ୍ୟେ

ଜଗତର ହିତ ପାଇଁ

କେଉଁଠି ମୁଁ ମୁକ୍ତ.....

କେଉଁଠି ବନ୍ଦିତ......

ପାଠକର ମନ ନେଇ l

ସର୍ବତ୍ର ମୋହର ଆଦର ରହିଛି

ଉନ୍ନତିର ପଥ ପାଇଁ l


କେତେ ଯେ....ଅବୁଝା ପୃଷ୍ଠା

କେତେ ଯେ.... କାହାଣୀ

ଲୁଚି ରହିଛି ମୋ ରଙ୍ଗୀନ ମଲାଟ ତଳେ l


କେବେ ମୁଁ ଷ୍ଟଲେ

ତ କେବେ ପାନ୍ଥଶାଳା ମଧ୍ୟେ

ଅନାଇ ରହିଛି........

କେହିତ ଆସିବ

ମତେ ସେ ନିଜର କରିବ

ପୃଷ୍ଠା ଗୁଡିକୁ ଉନ୍ମୋଚିତ କରି

ପୁଣି କେତେ ଯେ.......

କାନ୍ଦିବ ହସିବ l


ମତେ ଯେ ଆଦର କରିବ

ସେହିଁ ବନ୍ଧୁର ପଥ ଲଙ୍ଘିବ l

        



Rate this content
Log in

Similar oriya poem from Abstract