Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others

4.5  

Gyanendriya Dash

Inspirational Others

ମୁଁ ଜଣେ ବରିଷ୍ଠ ନାଗରିକ

ମୁଁ ଜଣେ ବରିଷ୍ଠ ନାଗରିକ

1 min
305



ମୁଁ ଜଣେ ବରିଷ୍ଠ ନାଗରିକ,

ଷାଠିଏ ପୁରିଲା ଚାକିରୀ ସରିଲା

କାମ କରୁଅଛି ସାମାଜିକ ।।

ଅନୁଭବ ଆଉ ଅନୁଭୂତି,

ଅଭିଜ୍ଞତା ଯାହା ସାଉଁଟିଛି ତାହା

କାମରେ ଲଗାଏ ନିତି ନିତି ।।

ଘରର ମୁରବି ସାଜିଅଛି,

ସଂସ୍କାର-ସଂସ୍କୃତି-ସ୍ବଚ୍ଛତା-ସ୍ବଧର୍ମ

ପରିବାରେ ଉପଯୋଗୁଅଛି ।।

ପରୋପକାରରେ ମୁହିଁ ବ୍ରତୀ,

ସମାଜ କଲ୍ୟାଣେ ସେବା ମନୋଭାବେ

କରୁଅଛି ମୁହିଁ ଅଗ୍ରଗତି ।।

ସ୍ୱାସ୍ଥ୍ୟ ପ୍ରତି ଅଛି ସଚେତନ,

ପ୍ରାତଃ ଭ୍ରମଣ ଓ ଯୋଗ ବ୍ୟାୟମରେ

ଦେଉଅଛି ମୁହିଁ ନିତ୍ୟ ଧ୍ୟାନ ।।

ଖାଦ୍ୟପେୟ ପ୍ରତି ନିୟନ୍ତ୍ରଣ,

ସରଳ ଜୀବନ ଯାପନ କରୁଛି

ଥିବାତକ ମୋ ଶରୀରେ ପ୍ରାଣ ।।

ସାହିତ୍ୟ ସାଧନା କରୁଅଛି,

କବିତା ଗଳ୍ପରେ କବି ଲେଖକଙ୍କୁ

ସମ୍ପର୍କ ସ୍ଥାପନେ ମଗ୍ନ ଅଛି ।।

ବାର୍ଦ୍ଧକ୍ୟ କରୁନି ମୋତେ ସ୍ବର୍ଶ୍ୱ,

ମନ ପ୍ରଫୁଲ୍ଲିତ କର୍ମେ ପାଏ ଶାନ୍ତି

ବନ୍ଧୁ ବାନ୍ଧବ ମୋ ଚାରି ପାର୍ଶ୍ୱ ।।

ସ୍ନେହ, ପ୍ରେମ ଆଉ ସମ୍ମାନରେ,

ଆନେ ଅବହେଳା କରେ ନାହିଁ କେବେ

ବାନ୍ଧେ ସମ୍ପର୍କର ବନ୍ଧନରେ ।।

ମୁଁ ଜଣେ ବରିଷ୍ଠ ନାଗରିକ,

ସେବା ଅନୁଷ୍ଠାନେ ଯୋଡ଼ି ହୋଇ ସଦା

କାଟିଦେବି ବାକି ଦିନ ଯାକ ।।

    


Rate this content
Log in

Similar oriya poem from Inspirational