ନାରୀ
ନାରୀ
ଅଇରି ଯାହାର ନାହିଁ ଦୁନିଆରେ
ସିଏ ତ ହେଉଛି ନାରୀ
ପରକୁ ଆପଣା କରେ ସ୍ନେହରେ
ବାନ୍ଧି ମମତାର ଡୋରି।
ଭିନ୍ନ ଭିନ୍ନ ରୂପ ଭିନ୍ନ ତାର କାର୍ଯ୍ୟ
କରେ ସେ ସାରା ଜୀବନ
ସର୍ବ ସ°ହା ହୋଇ ଧରିତ୍ରୀ ବୋଲାଇ
ନାରୀ ଜନ୍ମ କରେ ଧନ୍ୟ।
ସଂସାର ନାଆର ମଙ୍ଗୁଆଳ ହୋଇ
ଚଳାଏ ଘର ସଂସାର
ସୁଖ ଅଵା ଦୁଃଖ ନ ହୋଇ ବିମୁଖ
ତୁଲାଏ କର୍ତ୍ତବ୍ୟ ଭାର।
ଵାର ଓଷା ବ୍ରତ ପାଳନ କରଇ
ନିଜକୁ କଷଣ ଦେଇ
ନିତି ସଞ୍ଜବେଳେ ସନ୍ଧ୍ୟା ଦୀପ ଜାଳେ
ବୃନ୍ଦାବତୀ ପାଖେ ନେଇ।
ଦୁଃଖ ଦୁର୍ଦ୍ଦିନରେ ଶକ୍ତି ସ୍ବରୂପିଣୀ
ଅଭୟ ବାଣୀ ଶୁଣାଏ
ସାହାସ ଶକତି ମନେ ଭରି ନିତି
କଷ୍ଟ ଲାଘଵ କରାଏ।
ନିଜ ସ୍ବାର୍ଥ ପାଇଁ ଚିନ୍ତା କରେ ନାହିଁ
ସ୍ଵାର୍ଥକୁ ଆହୁତି ଦିଏ
ଛାତିକୁ ପାଷାଣ କରି ଝଡ଼ ଝଞ୍ଜା
ନିର୍ବିକାରେ ସହି ଯାଏ।
ଅନ୍ନପୂର୍ଣ୍ଣା ସାଜି ନିଜ ହାତେ ରାନ୍ଧି
ସଭିଙ୍କୁ ଦିଏ ପରଷି
ଆଶୁ ବିପଦକୁ ସାମନା କରଇ
ଧୈର୍ଯ୍ୟ ଧରି ହସିହସି।
ସଂସ୍କାର ସଂସ୍କୃତି ପରମ୍ପରା ନୀତି
ଆଦର୍ଶ କୁ ଧରି ଚାଲେ
ସଂସାର ମଙ୍ଗଳ ପାଇଁ ନିତି ଦିନ
ଗୁହାରି ପ୍ରଭୁ ପୟରେ।