Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ନବମୀ ସନ୍ଧ୍ୟା ଦର୍ଶନ

ନବମୀ ସନ୍ଧ୍ୟା ଦର୍ଶନ

1 min
171



ଜୀବନରେ ଥରେ କରିବୁ ମନ ପୁଣ୍ୟ ଦର୍ଶନ

ସବୁ ଦର୍ଶନଠୁଁ ଭିନ୍ନ ଏହି ସନ୍ଧ୍ୟା ଦର୍ଶନ ।


ଜନମ ଭୂଇଁରେ     ଆଡ଼ପ ବେଦିରେ

    ବିଜେ ସ୍ଵୟଂ ପରଂବ୍ରହ୍ମ

ଶତେ ବାର ଦିବା     ଦର୍ଶନରେ ଅବା

    ମିଳେନିଟି ଯେଉଁ ପୁଣ୍ୟ

   ଏତ,ନବମୀ ସଂଧ୍ୟା ଦର୍ଶନ

କୋଟି ଜନ୍ମ ପୁଣ୍ୟ    ଲଭିବ ଜୀବନ

    ଦର୍ଶନରେ ପରଂବ୍ରହ୍ମ ।


ଗୋପେ ବିଜେ ଧନ   ମଦନ ମୋହନ

     ବୋଲାଇଲା ବୃନ୍ଦାବନ.

କଳି ଯୁଗେ ବିଜେ    ସ୍ଵୟଂ ପରଂବ୍ରହ୍ମ 

     ଏହି ନୀଳାଚଳ ଧାମ.

  ଏତ, କଳିଯୁଗେ ବୃନ୍ଦାବନ.

ଯା ରେଣୁ ଛୁଇଁଲେ   ଜୀବନରେ ଥରେ

     ଜୀବନଟି ହୁଏ ଧନ୍ୟ ।



 


Rate this content
Log in

Similar oriya poem from Inspirational