ନୀରବ ଚିତ୍କାର
ନୀରବ ଚିତ୍କାର
ନିଶବ୍ଦ ର ଏ ନିରବ ଚିତ୍କାର ବେଗ
ପ୍ରବଣତା ଶୂନ୍ୟ ଏ ପ୍ରାକୃତିକ ତରଙ୍ଗ
ଲମ୍ବି ଯାଏ ଯୋଜନ ଯୋଜନ ବାଟ
ଅନ୍ତର୍ଦେଶ ଚିରି କରାଏ ଅସଂଖ୍ୟ ଫାଟ।
ଗହ୍ୱର ଶିଖର ଲାମଡା ର ନାହିଁ ଚିହ୍ନ
ହୃଦୟ ଥରାଏ ନିରବ ଚିତ୍କାର ବର୍ଣ୍ଣ
ଯିବା ପାଇଁ ନାହିଁ ମାଧ୍ୟମର କିଛି ଲୋଡ଼ା
ସର୍ବାଧିକ ବେଗେ ମନ ହୃଦ ସହ ଯୋଡ଼ା।
ଚତୁର୍ଦ୍ଦିଗ ଶୋଭା ଭରା ସବୁଜ ବନାନୀ
ପ୍ରାଚୁର୍ୟ୍ଯ ଜୀବନ , କରାଏ ଦୁଃଖର ହାନି
ସୁମଧୁର କଣ୍ଠ, ଶୀତଳ ପରଶ ଶେଜ
କାହିଁକି ନିରବ ଚିତ୍କାର କରେ ବିବ୍ରତ।
କାହାର ଚିତ୍କାର ଭାଙ୍ଗିଦିଏ ମନ ଦେଶ
ସୁସ୍ଥ ଶରୀରରୁ ଶୋଷି ନିଏ ସବୁ ରସ
ପ୍ରାଣହୀନ ଜୀବ ଜୀବନ ର ଅନୁଭବ
ଥରିଲା କଣ୍ଠର ପାଗଳ ଭଳି ସ୍ଵଭାଵ।
ମନନ ମନ୍ଥନେ ମଧୁର ଗୀତର ସ୍ୱର
ଭେଦି ପାରେ ନାହିଁ, ନିଶବ୍ଦର ସେ ସ୍ୱର
ଶବ୍ଦ ଭେଦି ବାଣ ପାରେନା ପଂହଁଚି ପାଶେ
କାହିଁକି, କାହାର , ଶବଦ କାନରେ ବାଜେ।
ପ୍ରକୃତି ଲୀଳା କି ପୂର୍ବଜନ୍ମ ଅବଶେଷ
ଅବା ମନତତ୍ୱ ରହସ୍ୟର ପରିଚ୍ଛଦ
ଯଦି କାହା ପାଶେ ଗଚ୍ଛିତ ଏହାର ତୋଡ
ଉତ୍ତର ପ୍ରଦlନେ ନିରବତା ଦୂର କର।