ନିଷ୍ଠୁର ନିଦାଘ
ନିଷ୍ଠୁର ନିଦାଘ
ନି- ନିଷ୍ଠୁର ନିଦାଘ ଯେହ୍ନେ ହିଂସ୍ର ବାଘ
ଆଖି ଜଳେ ଦାଉ ଦାଉ
ନିରିମାଖି ମୋର ଧରଣୀ ମାଆ ଲୋ
ଅଗ୍ନି ବର୍ଷା ସହିଯାଉ ାା୧ାା
ଷ୍ଠୁ - ଷଡ ଋତୁ ମଧ୍ୟେ ଏ ଗ୍ରୀଷମ ଋତୁ
ପ୍ରଥମ ରେ ଆସିଥାଏ
କାହା ପାଇଁ ଖୁସି କାହା ପାଇଁ ଦୂୂ8ଖ
ତା ଅଣ୍ଟି ରେ ଖୋସି ଥାଏ ାା୨ାା
ର- ରହିଯା ଗ୍ରୀଷମ ବୋଲି ପଢାଛୁଏ
ତୋତେ କରନ୍ତି ବିନତୀ
ତୋ ଥିବାଯାଏ ତାହାଙ୍କର ଛୁଟି
ଏକଥା ସେ ଜାଣିଛନ୍ତି ାା୩ାା
ନି- ନିତି ଦିପହରେ ଦହି ପଖାଳ କୁ
ଭଜା,ଶାଗ ଲୋଡାହୁଏ
ସଂନ୍ଧ୍ୟା ଆଗମନେ ଥଣ୍ଡା ସରବତ
ଦୋକାନ ରେ ଭିଡ ଜମେ ାା୪ାା
ଦା-- ଦାଇବା ପାଇଁକି ବୁଣିବା ଜରୁରୀ
ଏକଥା ଟି ହେଜିଥିବା
ଗଛ ଲଗାଇଣ ପ୍ରକୃତି ରେ ଆମେ
ସବୁଜିମା ଭରିଦେବା ାା୫ାା
ଘ-ଘନ ଜଙ୍ଗଲ ରେ ମହୀ କୁ ସଜାଇ
କଷ୍ଟ ଲାଘବ କରିବା
ଜଳ ର ସ୍ତର ବି ଶୁଖିବନି ଆଉ
ନ ସହିବା ଜଳ ପୀଡା ାା୬ାା
ନିଜେ କଷ୍ଟ ସହି ଗ୍ରୀଷମ ଋତୁ ଟି
ମେଘ ପାଇଁ ଜଳ ସଂଚେ
ଜଗତ ମଙ୍ଗଳ ପାଇଁ କି ନିଷ୍ଠୁର
ଅପବାଦ ପାଇ ବଂଚେ ାା୭ାା